Categories: ଜାତୀୟ

ଯୁବତୀଙ୍କ ସହ ବନ୍ଧୁତା ରଖିବାରୁ ଦଳିତ ଯୁବକଙ୍କୁ ଲଣ୍ଡା କରି ନିର୍ଯାତନା

ଜବଲପୁର, ୧।୬: ଯୁବତୀଙ୍କ ସହ ବନ୍ଧୁତା ରଖିବା କାରଣରୁ ୨୦ ବର୍ଷୀୟ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଅର୍ଦ୍ଧ ଲଣ୍ଡା କରି ନିର୍ଯାତନା ଦିଆଯାଇଛି। ମଧ୍ୟପ୍ରଦେଶର ଜବଲପୁରରେ ଗତ ୨୨ ତାରିଖରେ ଏଭଳି ଘଟଣା ଘଟିଛି। ଘଟଣାରେ ସମ୍ପୃକ୍ତ ମହିଳାଙ୍କ ବାପା ଓ ଅନ୍ୟ ୩ ଜଣ ଗିରଫ ହୋଇଛନ୍ତି।

ଅଭିଯୋଗକାରୀ ରାଜକୁମାର ଦେହାରିଆ ପୋଲିସ ନିକଟରେ କହିଛନ୍ତି, ଯାଦବ ସମ୍ପ୍ରଦାୟର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ଥିଲା। ଯୁବତୀଙ୍କୁ ଘରୁ ବାହାରକୁ ଯିବାକୁ ଓ ଫୋନ ବ୍ୟବହାର କରିବାକୁ ପରିବାର ଲୋକେ ଅନୁମତି ଦେଉ ନ ଥିଲେ। ଏଣୁ ସେ ଜଣେ ସାଙ୍ଗଠାରୁ ଫୋନ ଆଣି ଉକ୍ତ ଯୁବତୀଙ୍କୁ ଦେଇଥିଲେ।

ଫୋନ ବିଷୟରେ ଜାଣିବା ପରେ ଦେହାରିଆ ଓ ତାଙ୍କ ସାଙ୍ଗକୁ ଉଠାଇ ଆଣିଥିଲେ ଯୁବତୀଙ୍କ ସମ୍ପର୍କୀୟମାନେ। ସେମାନଙ୍କୁ ଅଧା ଲଣ୍ଡା କରିବା ପରେ ବେକରେ ଯୋତାମାଳ ପକାଇ ମାଡ଼ ମାରିଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ପାଖକୁ ନ ଯିବାକୁ ଧମକ ଦେଇଥିବା ଦୁଇ ପୀଡ଼ିତ ଷ୍ଟେଟମେଣ୍ଟରେ କହିଛନ୍ତି। ୨୭ ତାରିଖରେ ଅଭିଯୋଗ କରାଯିବା ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ପଠାଇଥିବା ବରିଷ୍ଠ ପୋଲିସ ଅଧିକାରୀ ରବି ଚୌହ୍ବାନ କହିଛନ୍ତି।

Share