ନୂଆଦିଲ୍ଲୀ, ୨୫।୭: ଜେଇଇ (ମେନ୍) ପରୀକ୍ଷା ଜୁଲାଇ ୨୦, ୨୨, ୨୫ ଏବଂ ୨୭ରେ ଦେଶ ତଥା ବିଦେଶରେ ୩୩୪ଟି ସହରରେ ହେଉଛି। ତେବେ ମହାରାଷ୍ଟ୍ରରେ ପ୍ରବଳ ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ଆଉ ଏକ ସୁଯୋଗ ଦେବାକୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ନିଷ୍ପତ୍ତି ନେଇଛି। ରାଜ୍ୟର କୋହ୍ଲାପୁର, ପାଲଘର, ରତ୍ନଗିରି, ରାଇଗଡ଼, ସିନ୍ଧୁଦୁର୍ଗ, ସାଙ୍ଗ୍ଲି, ସତାରା ସହର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଯେଉଁମାନେ ପରୀକ୍ଷା ଦେବାର ଥିଲା ଓ ବର୍ଷା ଯୋଗୁ ପହଞ୍ଚତ୍ ପାରି ନାହାନ୍ତି, ଏଥିପାଇଁ ଚିନ୍ତା କରିବାର କାରଣ ନାହିଁ। ସେମାନଙ୍କୁ ଆଉ ଏକ ସୁଯୋଗ ମିଳିବ ଓ ପରୀକ୍ଷା ତାରିଖ ସମ୍ପର୍କରେ ଖୁବ୍ ଶୀଘ୍ର ଜଣାଇ ଦିଆଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି।