Categories: ଜାତୀୟ

ମହାରାଷ୍ଟ୍ରରେ ଖୋଲିଲା ଫୁଡ୍ କୋର୍ଟ, ବାର୍‌, ରେସ୍ତୋରାଁ

ମୁମ୍ବାଇ,୫ ।୧୦: କରୋନା ପରିସ୍ଥିତି ବେଳକୁ ବେଳ ଜଟିଳ ହେଉଥିବା ବେଳେ ଅନ୍‌ଲକରେ ଏବେ ପ୍ରାୟ ସବୁ ଖୋଲି ଯାଇଛି କହିଲେ ଚଳେ । ହେଲେ କିଛି ରାଜ୍ୟରେ ଏବେବି ରହିଛି କିଛି କଟକଣା । ସବୁଠାରୁ ଅଧିକ କରୋନା ସଂକ୍ରମଣ ମହାରାଷ୍ଟ୍ର ହୋଇଥିବା ବେଳେ ଏବେବି ସେଠାରେ କିଛି କଟକଣା ଲାଗୁ କରାଯାଇଛି । ହେଲେ ସୋମବାରଠାରୁ ମହାରାଷ୍ଟ୍ରରେ ଫୁଡ କୋର୍ଟ, ରେସ୍ତୋରାଁ ଓ ବାର୍ ଖୋଲିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏବେ ସେଠାରେ ୫୦ ପ୍ରତିଶତ କର୍ମଚାରୀରେ କାମ କରାଯିବା ସହ କେବଳ ପ୍ୟାକିଂ ଫୁଡର ବ୍ୟବସ୍ଥା କରାଯାଇଛି । ଏହାସହ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ବ୍ୟବସାୟୀ ଓ ଗ୍ରାହକ କରୋନା କଟକଣାକୁ ମାନିବାକୁ ପଡିବ । ଯେମିତିକି ମାସ୍କ ପିନ୍ଧିବା, ସୋସିଆଲ ଡିଷ୍ଟାନସିଂ ବା ସାମାଜିକ ଦୂରତା ଅବଲମ୍ବନ କରିବ. ଇାରମ୍ବାର ହାତ ଧୋଇବା ଜରୁରୀ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ପାଖାପାଖି ୬ ମାସ ହେବ ବନ୍ଦ ଥିବା ଫୁଡ କୋର୍ଟ, ରେସ୍ତୋରାଁ ଓ ବାର୍ ମାଲିକ ମାନେ ବ୍ୟବସାୟକୁ ନେଇ ସାମାନ୍ୟ ଅଶାବାଦୀ ଅଛନ୍ତି ।

Share