ମାଳଦ୍ୱୀପରେ ଇଣ୍ଡିଆ ଆଉଟ୍‌ ଅଭିଯାନ ବନ୍ଦ…

ମାଲେ, ୨୮।୬ : ମାଲଦ୍ୱୀପର ସଂସଦ ଜୁନ ୨୭ରେ ଇଣ୍ଡିଆ ଆଉଟ ଅଭିଯାନ ସମେତ ମାଳଦ୍ୱୀପର କୂଟନୈତିକ ସ୍ବାର୍ଥକୁ କ୍ଷତି ପହଞ୍ଚାଉଥିବା ଅପରାଧକୁ ଅପରାଧୀକରଣ କରିବା ପାଇଁ ଆଇନରେ ସଂଶୋଧନକୁ ଅନୁମୋଦନ କରିଛି। ଏହାର ସପକ୍ଷରେ ଭୋଟ ଦେଇ ସଂସଦରେ ଏହି ଆଇନ ପାରିତ ହୋଇଛି। ଏକାସାଙ୍ଗରେ ସଂସଦର ବାଚସ୍ପତି ତଥା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦ ଇଣ୍ଡିଆ ଆଉଟ ଅଭିଯାନକୁ ଅନୁସନ୍ଧାନ ପାଇଁ ୨୧୪ କମିଟି ନିକଟକୁ ପଠାଇ ଇଣ୍ଡିଆ ଆଉଟ ଅଭିଯାନକୁ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ବର୍ଣ୍ଣନା କରିଛନ୍ତି।

ଏହାପୂର୍ବରୁ ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଇଣ୍ଡିଆ ଆଉଟ ଅଭିଯାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ଇଣ୍ଡିଆ ଆଉଟ ଅଭିଯାନକୁ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ମଧ୍ୟ କହିଛନ୍ତି। ୟାମିନଙ୍କର ପ୍ରଗତିଶୀଳ ପାର୍ଟି ଅଫ ମାଳଦ୍ୱୀପ ପକ୍ଷରୁ ଦେଶରେ ଇଣ୍ଡିଆ ଆଉଟ ଅଭିଯାନ ଚଳାଯାଉଛି। ଦଳ କହିଛି ଯେ ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଭାରତୀୟ ସୈନିକମାନଙ୍କୁ ମାଳଦ୍ୱୀପରୁ ହଟାଇବା। ୟାମିନ ନିଜେ ମଧ୍ୟ କହିଛନ୍ତି ଯେ ଯଦିଓ ଶାସକ ପ୍ରଶାସନ କୌଣସି ଭାରତୀୟ ସାମରିକ ଉପସ୍ଥିତିକୁ ଅସ୍ବୀକାର କରୁଛନ୍ତି, କିନ୍ତୁ ଆମେ ଏହି ଅଭିଯାନକୁ ଆଗକୁ ବଢ଼଼ାଇବୁ।

୨୦୧୩-୨୦୧୮ ମଧ୍ୟରେ ୟାମିନ ମାଳଦ୍ୱୀପର ରାଷ୍ଟ୍ରପତି ଥିଲେ। ସେହି ସମୟ ମଧ୍ୟରେ ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇଯାଇଥିଲା। ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଲାମୁ ଏବଂ ଆଡୁ ଅଟୋଲରୁ ଭାରତର ଦୁଇଟି ହେଲିକପ୍ଟର ପ୍ରତ୍ୟାହାର କରିବାକୁ ପଡିଥିଲା। ଏହି ସମୟରେ, ୟାମିନ ଭାରତକୁ ବିରୋଧ କରି ମାଳଦ୍ୱୀପରେ ଚାଇନାକୂ ସ୍ଥାନ ଦେବାର ପ୍ରୟାସ କରିଥିଲେ।

Share