Categories: ଜାତୀୟ

ମମତାଙ୍କ ଗଡ଼ରେ ଭାଜପା ମଧ୍ୟରେ ବଢିଲା ଗୋଷ୍ଠୀକନ୍ଦଳ

କୋଲକାତା,୧।୮: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ବିବାଦ ବୃଦ୍ଧି ପାଉଛି। ଲୋକ ସଭା ନିର୍ବାଚନରେ କମ ଆସନ ଏବଂ ଉପ-ନିର୍ବାଚନରେ ଚାରିଟି ବିଧାନସଭା ଆସନରେ ପରାଜୟ ବ୍ୟତୀତ ଦଳର ରାଜ୍ୟ ସଭାପତି ନିର୍ବାଚନ ହେତୁ ଦଳର ସ୍ଥିତି ଭଲ ଦେଖାଯାଉ ନାହିଁ। ଏଥିସହ ବଙ୍ଗଳାର କେତେକ ଜିଲାକୁ ଅନ୍ୟ ରାଜ୍ୟ ସହିତ ମିଶ୍ରଣ କରି ୟୁନିଅନ ଟେରିଟୋରୀ ଗଠନ କରିବାକୁ କେହି କେହି ଦାବି କରୁଛନ୍ତି ଏବଂ ଅନ୍ୟ କେହି କେହି ବଙ୍ଗଳା ବିଭାଜନକୁ ବିରୋଧ କରୁଛନ୍ତି। ଦଳର ନେତାମାନେ ଏହି ସବୁ ପ୍ରସଙ୍ଗରେ ପୃଥକ ଭାବରେ ଠିଆ ହୋଇଥିବା ଜଣାପଡିଛି। ଏହି ଝଗଡା ମଧ୍ୟରେ ସର୍ବାଧିକ ଆଲୋଚନା ହୋଇଥିବା ତିନିଜଣ ହେଉଛନ୍ତି ଶୁଭେନ୍ଦୁ ଅଧିକାରୀ, ବଙ୍ଗଳା ଭାଜପା ସଭାପତି ସୁକାନ୍ତ ମଜୁମଦାର ଏବଂ ପୂର୍ବତନ ସଭାପତି ଦିଲୀପ ଘୋଷ।
ଗତ ଜୁଲାଇ ୨୫ରେ, ଗୋଡାରୁ ଭାଜପା ଏମ୍‌ପି ଥିବା ନିଶିକାନ୍ତ ଦୁବେ ବିହାର-ଝାଡଖଣ୍ଡର କିଛି ଜିଲା ସହିତ ବଙ୍ଗଳାର ମୁର୍ସିଦାବାଦ ଏବଂ ମାଲଦାକୁ ମିଶ୍ରଣ କରି ୟୁନିଅନ ଟେରିଟୋରୀ ସୃଷ୍ଟି କରିବାକୁ ଦାବି କରିଥିଲେ। ତାଙ୍କ ପୂର୍ବରୁ ସୁକାନ୍ତ ମଜୁମଦାର ଉତ୍ତର-ପୂର୍ବ ରାଜ୍ୟ ପରିଷଦ ସହିତ ଉତ୍ତର ବଙ୍ଗକୁ ମିଶ୍ରଣ କରିବା ବିଷୟରେ ଆଲୋଚନା କରିଥିବାବେଳେ ବିଧାନସଭାରେ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ବଙ୍ଗଳାକୁ ବିଭାଜନ କରିବାର କୌଣସି ପ୍ରୟାସକୁ ଖୋଲାଖୋଲି ବିରୋଧ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶୁଭେନ୍ଦୁ ଆଦିକାରୀ କହିଛନ୍ତି ଯେ, ଭାଜପା ଏହାକୁ ସମର୍ଥନ କରୁନାହିଁ ଏବଂ ବଙ୍ଗଳା ବିଭାଜନ ଦଳର ଆଭିମୁଖ୍ୟ ନୁହେଁ।
ଲୋକ ସଭା ନିର୍ବାଚନରେ ପରାଜୟ ଏବଂ ପରେ ଚାରିଟି ବିଧାନସଭା ଆସନରେ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ୟାଙ୍କୁଡାଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ବାଚନରେ ଭାଜପାର ପ୍ରଦର୍ଶନ ଉପରେ ଆଲୋଚନା କରାଯାଇଥିଲା। ନିର୍ବାଚନ ପୂର୍ବରୁ ଭାଜପା ନେତାମାନେ ୨୫ ଲୋକ ସଭା ଆସନରେ ବିଜୟ ଦାବି କରିଥିଲେ। ଏଥି ସହିତ ଦଳ କେବଳ ୧୨ଟି ଆସନରେ ସୀମିତ ରହିଥିଲା।

Share