Categories: ଜାତୀୟ

ବେଆଇନ ନିର୍ମାଣ ହଟାଇବାକୁ ଆସିଥିବା ଅଧିକାରୀଙ୍କ ଉପରକୁ ଲାଠିମାଡ କଲେ ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ,୨୨।୬: ଦିଲ୍ଲୀ ମାଣ୍ଡୱାଲୀ ଅଞ୍ଚଳର ଏକ ମନ୍ଦିର ବାହାରେ ଥିବା ବେଆଇନ ନିର୍ମାଣକୁ ହଟାଇବା ନେଇ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରିଥିଲେ। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଏବଂ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜି ଥିଲା।

ପ୍ରଶାସନ ପକ୍ଷରୁ କୁହାଯାଇଛି କି, ଏହି ଗ୍ରିଲକୁ ବେଆଇନ ଭାବେ ତିଆରି କରାଯାଇଥିଲା, ଯାହାକୁ ହଟାଇବା ଆବଶ୍ୟକ ଥିଲା। ଆମେ ମନ୍ଦିର ଭାଙ୍ଗିବାକୁ ଆସି ନ ଥିଲୁ। କେବଳ ଫୁଟପାଥ୍‌ରୁ ବେଆଇନ ନିର୍ମାଣକୁ ହଟାଇବାର ଉଦ୍ଦେଶ୍ୟ ଥିଲା।

ପୂର୍ବ ଦିଲ୍ଲୀ ଡିସିପି ଅମୃତା ଗୁଗୁଲୋଥ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ରେଲିଂ ହଟାଇ ଦିଆଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ ଅଛି। ତେବେ ଅନେକ ଲୋକଙ୍କୁ ଅଟକ ରଖାଯାଇଛି।

ସୂଚନାଯୋଗ୍ୟ, ମନ୍ଦିର ବାହାରେ ଥିବା ବେଆଇନ ରେଲିଂ ଭାଙ୍ଗିବାକୁ ଆସିଥିବା ପ୍ରଶାସନିକ ଅଧିକାରୀଙ୍କୁ ବିରୋଧ କରି ଲୋକମାନେ ଜୟ ଶ୍ରୀ ରାମ ସ୍ଲୋଗାନ ଦେଇଥିଲେ। ଏଥିସହ ଲାଠିି ଓ ବର୍ଚ୍ଛା ଧରି ସେମାନେ ଅଧିକାରୀଙ୍କ ଉପରେ ଆକ୍ରମଣ କରିିଥିଲେ। ପରିସ୍ଥିତି ଅଣାୟତ୍ତ ଦେଖି ଘଟଣାସ୍ଥଳରେ ବହୁ ସଂଖ୍ୟକ ସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି।

Share