Categories: ଜାତୀୟ

ମୁମ୍ବାଇରେ କରୋନା ସଂକ୍ରମଣ ୮୯ ପ୍ରତିଶତ ବୃଦ୍ଧି

ମୁମ୍ବାଇ,୯।୩: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ଆତଙ୍କ ଦେଖାଦେଇଛି। ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୯.୨୫ ପ୍ରତିଶତ ବୃଦ୍ଧି ଘଟିଛି। ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ କଡ଼ା କଟକଣା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ଲାଗୁ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଠାଣେରେ କରୋନା ବେକାବୁୁ ହେଉଥିବାରୁ ୧୧ ହଟ୍‌ସ୍ପଟ୍‌ରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିବା ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ଆଗରେ ରହିଛି। ଏହା ପଛକୁ କେରଳ, ପଞ୍ଜାବ, କର୍ନାଟକ, ଗୁଜରାଟ ଏବଂ ତାମିଲନାଡୁ ରହିଛନ୍ତି।

Share