ନନ୍ଦନକାନରେ ହେବ ପଶୁପକ୍ଷୀ ଅଦଳବଦଳ:  କିଛି ଆସିବେ, କିଛି ଯିବେ

ଭୁବନେଶ୍ବର,୧୨।୩: ନନ୍ଦନକାନନକୁ ନୂଆ ଅତିଥି ଆସିବେ । ପଶୁପକ୍ଷୀ ଅଦଳବଦଳ କରାଯିବ । ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନ ସହିତ ପଶୁପକ୍ଷୀ ଅଦଳବଦଳ କରାଯିବ ବୋଲି ଜଣାପଡ଼ିଛି। ସେଣ୍ଟ୍ରାଲ ଜୁ ଅଥରିଟି, ନୂଆଦିଲ୍ଲୀ ଏହାକୁ ଅନୁମୋଦନ କରିଛି। ୨ଟି ଗାଙ୍ଗେୟ ସଫ୍ଟସେଲ କଇଁଛ, ୨ଟି ଗ୍ରେଟ ହ୍ବାଇଟ ପେଲିକାନ, ୨ଟି ହିମାଲୟନ ଶାଗୁଣା, ୨ଟି ବଡ଼ ଆଡଜୁଟାଣ୍ଟ ଷ୍ଟର୍କ ଅଣାଯିବ। ଫଳରେ ପଶୁ ସଂଗ୍ରହରେ ୨ ନୂଆ ପ୍ରଜାତି ସାମିଲ ହେବେ।
ଏହା ବଦଳରେ ନନ୍ଦନକାନନ ୨ଟି ପେଣ୍ଟେଡ ଷ୍ଟର୍କ, ଗୋଟିଏ ମଣ୍ଡାରିନ ବତକ, ୨ଟି ସ୍ପଟ ବିଲ୍ଡ ପେଲିକାନ, ବ୍ଲାକ ବକ , ୧୦ଟି ବ୍ୟାକ ହେଡେଡ ଇବିସ ଦେବ । ଏଥିପାଇଁ ଏକ ୫ ଜଣିଆ ଟିମ ମଙ୍ଗଳବାର ଆସାମ ଯାଉଛନ୍ତି । ୨୧ ମାର୍ଚ୍ଚ ସୁଦ୍ଧା ସମସ୍ତ ପ୍ରାଣୀ ନନ୍ଦନକାନନରେ ପହଞ୍ଚିଯିବେ ବୋଲି ସୂଚନା ମିଳିଛି ।
Share