ବାରଙ୍ଗ,୧୦।୪(ଡି.ଏନ୍.ଏ.): ନନ୍ଦନକାନନରେ ୧୨ ମାସର ବାଘ ଛୁଆ ରକି ଅସୁସ୍ଥ ହୋଇପଡ଼ିଛି। ଗତ ଦୁଇଦିନ ହେଲା ତାକୁ ତରଳ ଝାଢ଼ା ହେଉଥିବା ଯୋଗୁ ବାଘ ଛୁଆଟି ଅତ୍ୟନ୍ତ ଦୂର୍ବଳ ହୋଇଯାଇଛି। ଅସୁସ୍ଥତା ଯୋଗୁ ରକିକୁ ଖିୁଆଡରୁ ବାହାର କରି ନନ୍ଦନକାନନ ଭେଟନାରୀରେ ଥିବା ଏକ ସୂତନ୍ତ୍ର କୋଠରୀରେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଚିକିତ୍ସା ପରେ ଔଷଧ ମଧ୍ୟ ଦିଆଯାଇଛି। ୨୦୨୧ ମାର୍ଚ୍ଚ ମାସ ୨୮ ତାରିଖରେ ବାଘଛୁଆ ରକିର ଜନ୍ମ ହୋଇଥିଲା। ଧଳାବାଘୁଣି ବିଜୟା ପାଖରୁ ରକି ସହିତ ରାକେଶ ଓ ବଂଶି ନାମକ ଅନ୍ୟ ଦୁଇଟି ବାଘ ଶାବକ ଜନ୍ମ ନେଇଥିଲା ସେଥିମଧ୍ୟରୁ ଗତ ବର୍ଷ ସେପ୍ଟେମ୍ବର ମାସରେ ବଂଶୀର ମୃତ୍ୟୁଘଟିଥିବା ବେଳେ ରକିର ଅସୁସ୍ଥତା ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି।