ଜାତୀୟ ରାଜନୀତିରେ ବଢୁଛି ବୈଜୟନ୍ତଙ୍କ ପତିଆରା, କମୁଛି ଧର୍ମେନ୍ଦ୍ରଙ୍କ କ୍ରେଜ୍‌

ଭୁବନେଶ୍ୱର,୧।୩(ସୁନିତ୍‌ ମିଶ୍ର):ଭାରତର ରାଜଧାନୀ ଦିଲ୍ଲୀରେ ଏବେ ଓଡ଼ିଆଙ୍କ ପ୍ରଭାବକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସମାନ ବିଷୟ ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଶୁଣିବାକୁ ମିଳିଲାଣି। ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଗୁରୁତ୍ୱ ବଢୁଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରାରେ ହ୍ରାସ ପାଉଥିବା କୁହାଯାଉଛି। ପୂର୍ବରୁ ଭାଜପା ନେତାମାନଙ୍କ ମଧ୍ୟରୁ ଧର୍ମେନ୍ଦ୍ରଙ୍କ ପତିଆରା ଦିଲ୍ଲୀରେ ରହିଥିଲେ ମଧ୍ୟ ସେଠାରେ ଭାଜପା ୨୭ବର୍ଷ ପରେ କ୍ଷମତାକୁ ଫେରିବା ପଛରେ ବୈଜୟନ୍ତଙ୍କ ରଣନୀତିକୁ ନେଇ ଚର୍ଚ୍ଚା ଜୋର୍‌ ଧରିବା ପରେ ଏଭଳି ଆଲୋଚନା ଚାଲିଛି। ବୈଜୟନ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନ ଦାୟିତ୍ୱରେ ଥିବାରୁ ତାଙ୍କ ପ୍ରତି ଦଳ ଏବେ ଅଧିକ ନିର୍ଭରଶୀଳ ଥିବା ପରିଲକ୍ଷିତ ହେଉଛି। ଅନ୍ୟପକ୍ଷରେ ଗତ ୨୦ ତାରିଖରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ଶପଥ ଗ୍ରହଣ ଉତ୍ସବରେ ବୈଜୟନ୍ତଙ୍କ ଉପସ୍ଥିତିକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜୋର୍‌ ଧରିଥଲା। ହେଲେ ପରବର୍ତ୍ତୀ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବୈଜୟନ୍ତଙ୍କୁ ଭେଟିବା ଲାଗି ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନକୁ ଯାଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ରେଖା ଗୁପ୍ତାଙ୍କୁ ତାଙ୍କ ପ୍ରକୋଷ୍ଠକୁ ଯାଇ ସାକ୍ଷାତ୍‌ କରିବା ଘଟଣାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଧରଣର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଧର୍ମେନ୍ଦ୍ରଙ୍କ ପ୍ରଭାବ ଅପେକ୍ଷା ଏବେ ବୈଜୟନ୍ତ ଦିଲ୍ଲୀ ରାଜନୀତିରେ ଅଧିକ ପ୍ରଭାବଶାଳୀ ପରିଲକ୍ଷିତ ହେଲେଣି ବୋଲି ରାଜନୈତିକ ବିଶାରଦମାନେ ମତ ରଖିବା ଆରମ୍ଭ କରିଦେଇଛନ୍ତି। ଓଡ଼ିଶାରେ ଯଦି ଧର୍ମେନ୍ଦ୍ର ଆଗ ଭଳି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଦେଖାଯାଉଥାଆନ୍ତେ, ତେବେ ଓଡ଼ିଶାର ଏକଥା ସେତେଟା ଗୁରୁତ୍ୱ ରଖି ନ ଥାଆନ୍ତା। ହେଲେ ରାଜ୍ୟରେ ଯେତେବେଳେ ସେହି କଥାରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି ଦିଲ୍ଲୀର ବିଷୟ ବିଶେଷ ଚର୍ଚ୍ଚା ହେବାରେ ଲାଗିଛି। ଶୁକ୍ରବାର ଏହି ନୂଆ କଥାକୁ ନେଇ ରାଜନୈତିକ ମହଲରେ ଭିନ୍ନ କଥା ଉଠିଲାଣି। ଏହି ଘଟଣାକୁ ନେଇ ରାଜନୈତିକ ବିଶାରଦ ରାଜନୀତିର ନୂଆ ଅଙ୍କ କଷୁଛନ୍ତି।
ଏହି ଘଟଣା ପରଠାରୁ ଦିଲ୍ଲୀରେ ବୈଜୟନ୍ତଙ୍କ ପଲା ଭାରି ହେଉଥବାବେଳେ ଧର୍ମେନ୍ଦ୍ରଙ୍କ ପ୍ରଭାବ କମୁଥିବା କୁହାଯାଉଛି। ଅନ୍ୟପକ୍ଷରେ ଧର୍ମେନ୍ଦ୍ର ଏବେ ରାଜ୍ୟରେ କୋଣଠେସା ହୋଇ ରହିଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଲାଣି। ୨୦୧୯ ପୂର୍ବରୁ ଧର୍ମେନ୍ଦ୍ର ଯେପରି ଓଡ଼ିଶା ମଙ୍ଗ ଧରିଥିଲେ ସେଭଳି ଆଉ ତାଙ୍କ ପ୍ରଭାବ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳୁନାହିଁ। ଯେତେବେଳେ ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି ସେ କେବଳ ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଭିତରେ ସୀମିତ ରହୁଛନ୍ତି। ଏହାକୁ ଦେଖିବା ପରଠାରୁ ଧର୍ମେନ୍ଦ୍ର ବର୍ତ୍ତମାନ ଓଡ଼ିଶାର ସକ୍ରିୟ ରାଜନୀତିରୁ ଦୂରକୁ ଚାଲି ଯାଇଛନ୍ତି ବୋଲି ମଧ୍ୟ କୁହାଯାଉଛି। ଅନେକ ନେତା କଂଗ୍ରେସ ଓ ଆଞ୍ଚଳିକ ଦଳରୁ ଯାଇ ଭାଜପାରେ ନିଜର ନେତୃତ୍ୱ ବିକାଶ କରିପାରିଛନ୍ତି। ଭାଜପାରେ ନିଷ୍ଠାପର ଭାବେ କାର୍ଯ୍ୟକଲେ ପରବର୍ତ୍ତୀ ସମୟରେ ଅନ୍ୟ ଦଳରୁ ଆସିଥିଲେ ମଧ୍ୟ ନେତାଙ୍କ ସମ୍ମାନ ବୃଦ୍ଧି ହେଉଥିବା ପରିଲକ୍ଷିତ ହେଉଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହାର ଏକ ବଡ଼ ଉଦାହରଣ। କିଛିଦିନ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ନେତାମାନଙ୍କୁ ଦଳରେ ଗଢୁଥିବା ଦେଖିବାକୁ ମିଳୁଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୌଣସି ରାଜନୈତିକ ଲିଗାସି ନ ଥିବା ନେତା ଭାବେ ପରିଗଣିତ। ତଥାପି ପ୍ରଧାନମନ୍ତ୍ରୀ ନୂଆ ନେତୃତ୍ୱ ସୃଷ୍ଟିରେ ବିଶ୍ବାସ ରଖିବା ଯୋଗୁ ଏବେ କିଛି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଉଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଆଗକୁ ଦିଲ୍ଲୀରେ ବୈଜୟନ୍ତ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରୁ କାହାକୁ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri