ଓଡ଼ିଶାରେ କରୋନା ଟେଷ୍ଟ ଫି’ ୨୨୦୦ ଟଙ୍କା

ଭୁବନେଶ୍ୱର,୩।୭(ବ୍ୟୁରୋ): ଏଣିକି ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ କରାଇପାରିବେ। ଏଥିପାଇଁ ୨୨ଶହ ଟଙ୍କା ଫି’ ଦେବାକୁ ପଡ଼ିବ।

ରାଜ୍ୟ ସରକାର ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ସର୍ବାଧିକ ଫି’ ଧାର୍ଯ୍ୟ କରିଛନ୍ତି। ଜିଏସ୍‌ଟି ସହ ସର୍ବାଧିକ ଫି’ ୨୨ଶହ ଧାର୍ଯ୍ୟ କରାଯାଇଛି। ଏହି ଟେଷ୍ଟ ପାଇଁ ରାଜଧାନୀର ୪ ଘରୋଇ ଲ୍ୟାବ୍‌କୁ ଅନୁମତି ପ୍ରଦାନ କରାଯାଇଛି। ଆପୋଲୋ ଏବଂ ସମ୍‌ ହସ୍ପିଟାଲ ସହ ଆଇଏନ୍‌ଡିଏନ୍‌ଏ ଲାଇଫ ସାଇନ୍ସ ଲି. ଏବଂ ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍‌କୁ ଏଥିପାଇଁ ଅନୁମତି ପ୍ରଦାନ କରାଯାଇଛି। ଆର୍‌ଏମ୍‌ଆର୍‌ସି ତତ୍ତ୍ୱାବଧାନରେ ଘରୋଇ କ୍ଲିନିକ୍‌ କରୋନା ଟେଷ୍ଟ କରାଇପାରିବେ। ଯଦି କେହି ନିଜର ଟେଷ୍ଟ କରାଇବାକୁ ଇଚ୍ଛୁକ ସେ ଫି’ ଦେଇ ଟେଷ୍ଟ କରାଇପାରିବେ ବୋଲି ସୂଚନା ମିଳିଛି।

Share