ଓଡ଼ିଶାରେ ଇଣ୍ଡିଆ ମେଣ୍ଟର ସିଟ୍‌ ହୋଇଗଲା ଡବଲ, ବିଜେଡିକୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୬: ଲୋକସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟିଂ ସରିଛି। ଭୋଟ ଶେଷ ହେବା ମାତ୍ରେ ଏକଜିଟ ପୋଲ ତଥ୍ୟ ପ୍ରକାଶ ପାଇଛି। ପ୍ରକୃତ ଫଳାଫଳ ଜୁନ ୪ରେ ଆସିବାକୁ ଥିବାବେଳେ କେଉଁ ଦଳ କେନ୍ଦ୍ରରେ କ୍ଷମତାକୁ ଆସିବ ସେନେଇ ବିଭିନ୍ନ ଏଜେନ୍ସି ଦ୍ୱାରା ଆକଳନ କରାଯାଉଛି। ସି-ଭୋଟର ଏକଜିଟ ପୋଲ ପାଇଁ ଏବିପି ନ୍ୟୁଜ ସର୍ଭେ କରିଛି। ଯାହାର ଆକଳନ ସମସ୍ତଙ୍କୁ ଚମକାଇ ଦେଇଛି।

ଏହି କ୍ରମରେ, ଓଡିଶାର ଲୋକ ସଭା ଆସନ ବିଷୟରେ ସି-ଭୋଟରଙ୍କ ଦ୍ୱାରା କରାଯାଇଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଛି। କାରଣ ୨୦୧୯ ତୁଳନାରେ ଚଳିତ ବର୍ଷ ଲୋକସଭା ନିର୍ବାଚନ ଏକଜିଟ ପୋଲର ସ୍ଥିତି ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଥିବାର ଦେଖାଯାଉଛି।

ଗତ ଲୋକସଭା ନିର୍ବାଚନ ଫଳାଫଳରେ ବିଜେଡି ୧୦ଟି, କଂଗ୍ରେସ ୧ ଓ ଏନଡିଏ ୮ଟି ଆସନ ଜିତିଥିଲା। କିନ୍ତୁ ୨୦୨୪ ନିର୍ବାଚନ ଏଗଜିଟ ପୋଲରେ ବିଜେଡିକୁ ୧ ରୁ ୩ଟି ସିଟ ମିଳୁଥିବା ଦେଖିବାକୁ ମିଳିଛି। ୟୁପିଏକୁ ୦ ରୁ ୨ ସିଟ ଏବଂ ଏନଡିଏ ୧୭ ରୁ ୧୯ ସିଟ ପାଇଥିବାର ଦେଖାଯାଉଛି ।

ଯଦି ଏହାକୁ ୨୦୧୯ ଲୋକ ସଭା ନିର୍ବାଚନ ଫଳାଫଳର ତଥ୍ୟ ସହିତ ତୁଳନା କରାଯାଏ, ତେବେ ଏଥର ପରିସ୍ଥିତି ଓଲଟା ଦେଖାଯାଉଛି। ବିଜେଡି ୯ରୁ ୭ଟି ସିଟ ହରାଉଥିବା ଜଣାପଡିଛି ଏବଂ ସମାନ ସିଟ ଏନଡିଏ ଆକାଉଣ୍ଟକୁ ଯାଉଛି। ଗତ ନିର୍ବାଚନରେ ଏନଡିଏ ୮ ଟି ଆସନ ଜିତିଥିଲା, ଯାହା ଏଥର ୧୭ରୁ ୧୯ଟି ଆସନକୁ ଲମ୍ଫ ମାରୁଥିବା ଜଣାପଡିଛି।

Share