ଗୋଟିଏ ଦିନରେ ସିଲ୍‌ ହେଲା ୫ ସିନେମା ହଲ୍‌

ପାରଳାଖେମୁଣ୍ଡ/ରାୟଗଡ଼ା ଅଫିସି,୯।୪: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଦ ହୋଇଛି ୫ଟି ସିନେମା ହଲ୍‌। କରୋନା ଗାଇଡ୍‌ଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଲଷ୍ମୀ ହଲ, ଜୟା ହଲ, ଓ ଏସ୍‌.କେ ହଲକୁ ଶୁକ୍ରବାର ସିଲ କରାଯାଇଛି। ସମାନ କାରଣରୁ ରାୟଗଡ଼ାର ଅଶୋକ ସିନେମା ହଲ୍‌ ଏବଂ ଉଦୟ ପ୍ଲାଜାକୁ ଜିଲା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ସୁଚନା ଯୋଗ୍ୟ,ଏକ ତେଲୁଗୁ ଚଳଚ୍ଚିତ୍ର ଦେଖିବା ନେଇ ପାରଳାଖେମୁଣ୍ଡରେ ଶୁକ୍ରବାର ୩ ସିନେମା ହଲ ପରିସରରେ ଦର୍ଶକଙ୍କ ଭିଡ଼ ଜମିଥିଲା। ଏନେଇ ଜିଲାପାଳ ଅନୁପମ ସାହା ଏବଂ ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କୁ ଖବର ମିଳିଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପରାଳଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ସହ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ। କୋଭିଡ ଗାଇଡ୍‌ଲାଇନ ଖିଲାପ ହେଉଥିବା ଦେଖି ୩ ସିନେମା ହଲ୍‌କୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସିଲ କରିଥିଲେ।

Share