ଓଭଲ ଅଫିସରେ ବାଇଡେନ-ମୋଦିଙ୍କ ଗୁପ୍ତ ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା ଚାଇନା

ଓ୍ବାଶିଂଟନ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଗତ ମାସରେ ହୋଇଥିବା ଗୁପ୍ତ ବୈଠକକୁ ନେଇ ଏକ ବଡ ସୂଚନା ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି କି ଓଭଲ କାର୍ଯ୍ୟାଳୟରେ ଉଭୟ ନେତାଙ୍କ ବୈଠକ ସମୟରେ ଚାଇନା ଓ ସି ଜିନପିଙ୍ଗଙ୍କ ବିଷୟରେ ସବୁଠାରୁ ଅଧିକ ଚର୍ଚ୍ଚା ହୋଇଛି।

ନାମ ଗୋପନ ରଖିବା ସର୍ତ୍ତରେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଓଭାଲ ଅଫିସ ବୈଠକରେ ମୋଦି ଏବଂ ବାଇଡେନଙ୍କ ମଧ୍ୟରେ ଚାଇନା ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି। ଦୁହେଁ ଚାଇନା ଏବଂ ସି ସହିତ ସେମାନଙ୍କ ଅନୁଭୂତି ବିଷୟରେ ଆଲୋଚନା କରିବା ପାଇଁ ଅଧିକ ସମୟ ଅତିବାହିତ କରିଥିଲେ। ସେ କହିଛନ୍ତି ଯେ ଉଭୟ ବ୍ୟକ୍ତି ସିଙ୍କୁ ଦୀର୍ଘ ଦିନରୁ ଜାଣିଥିଲେ ଏବଂ ତାଙ୍କ ସହ ସମ୍ପର୍କକୁ ସୁଦୃଢ କରିବା ପାଇଁ ପ୍ରକୃତରେ କଠିନ ପରିଶ୍ରମ କରୁଥିଲେ। ତେବେ ବର୍ତ୍ତମାନ ଉଭୟ ନେତା ପରାଜୟ ଗ୍ରହଣ କରିଛନ୍ତି।

Share