ଭାଙ୍ଗିଲା ୭୦ ବର୍ଷର ରେକର୍ଡ: ଚିନି ୧୦୦, ପେଟ୍ରୋଲ ୧୫୦ ଟଙ୍କା

ଇସଲାମାବାଦ,୨୧ ।୩: ପାକିସ୍ତାନରେ ମହଙ୍ଗା ମାଡ ବେଳକୁ ବେଲ ଏତେ ବଢିଯାଇଛି ଯେ ୭୦ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି । ଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିପାଇଁ ସେମାନେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଦୋଷ ଦେଇଛନ୍ତି । ଜନତାଙ୍କ କହିବା କଥା ହେଲା ଇମ୍ରାନ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କାମରେ କରି ଦେଖାଇବାକୁ ଚେଷ୍ଟା ବି କରି ନାହାନ୍ତି । ଯାହାର ଫଳ ସ୍ୱରୂପ ଆଜି ଦେଶରେ ମହଙ୍ଗା ମାଡ ବଢି ବଢି ଚାଲିଛି । ଏପରି ମହଙ୍ଗା ମାଡ ୭୦ ବର୍ଷର ରେକର୍ଡକୁ ଭାଙ୍ଗିବା ପରେ ସାଧାରଣ ଜନତା ଇମ୍ରାନ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏଠାରେ ଏବେ ପେଟ୍ରୋଲ ୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚିନି ୧୦୦ ଟଙ୍କାରେ ବିକ୍ରି ହେଉଛି । ଆଉ ସାଧାରଣ ଜନତାଙ୍କ ମତ ଇମ୍ରାନ ସରକାର ଧନୀଙ୍କ ସରକାର ।

Share