ଓ୍ବାଶିଂଟନ,୨୭।୪ : ଦୀପାବଳି ପାଇଁ ବର୍ତ୍ତମାନ ଆମେରିକାର ପେନସିଲଭାନିଆରେ ଏବେ ଛୁଟି ହେବ। କାରଣ ଏହି ଦିନକୁ ଏଠାରେ ଏକ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି। ପେନସିଲଭାନିଆର ସିନେଟର ନିକିଲ ସାଭାଲ ଏନେଇ ଟୁଇଟ କରି କହିଛନ୍ତି, ଆମେରିକା ପେନସିଲଭାନିଆ ହିନ୍ଦୁ ପର୍ବ ଦୀପାବଳିକୁ ଜାତୀୟ ଛୁଟିଦିନ ଭାବେ ଘୋଷଣା କରିଛି। ଦୀପାବଳିକୁ ଜାତୀୟ ଛୁଟିଦିନ ଭାବରେ ମାନ୍ୟତା ଦେବା ପାଇଁ ପେନସିଲଭାନିଆ ରାଜ୍ୟ ସିନେଟରେ ଭୋଟିଂ ହୋଇଥିଲା। ସର୍ବସମ୍ମତି କ୍ରମେ ଏବେ ଏହି ଦିନକୁ ଛୁଟି ଭାବେ ଘୋଷଣା କରାଯାଇଛି।
ରିପୋର୍ଟ ଅନୁଯାୟୀ, ପେନସିଲଭାନିଆ ରାଜ୍ୟରେ ୨ ଲକ୍ଷରୁ ଅଧିକ ଦକ୍ଷିଣ ଏସୀୟ ଲୋକ ବାସ କରନ୍ତି। ସେମାନଙ୍କ ମଧ୍ୟରେ ଦୀପାବଳି ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ। ସମସ୍ତେ ଦୀପାବଳି ଉତ୍ସବରେ ଅଂଶଗ୍ରହଣ କରିଥାନ୍ତି।