ପୁରୁଷୋତ୍ତମପୁରରେ ଜଣେ ଶିକ୍ଷୟିତ୍ରୀ, ବିଦ୍ୟୁତ୍‌ ବିଭାଗୀୟ କର୍ମଚାରୀ କରୋନା ଆକ୍ରାନ୍ତ

ପୁରୁଷୋତ୍ତମପୁର,୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସ୍‌ିରେ ରହୁଥିବା ଦୁଇ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ରହିଥିବା ବେଳେ ଆଉ ଜଣେ ବିଦ୍ୟୁତ୍‌ ବିଭାଗୀୟ କର୍ମଚାରୀ ରହିଛନ୍ତି। ଏହି ଦୁଇ ଜଣଙ୍କ ସ୍ବାବ ରିପୋର୍ଟ ସୋମବାର ରାତିରେ ପଜିଟିଭ ଆସିବା ପରେ ସେମାନଙ୍କୁ କୋଭିଡି ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ତେବେ ପୁରୁଷୋତ୍ତମପୁର ଏନ୍‌ଏସିରେ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ସମେତ ବିଭିନ୍ନ ୱାର୍ଡରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।

Share