ମୁମ୍ବାଇ,୧୪।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହେବା ପରେ ଘରେ ଆଇସୋଲେଶନରେ ରହିଛନ୍ତି ବଲିଉଡ ଅଭିନେତା ବରୁଣ ଧଓ୍ବନ। ଏକ ରୁମରେ ସଙ୍ଗରୋଧରେ ରହି ସେ ସମୟ ଅତିବାହିତ କରୁଛନ୍ତି। ଏପରିସ୍ଥିତିରେ ନିଜ ଦେହର ଯତ୍ନ ରଖିବା ସହିତ ବରୁଣ ପ୍ରଶଂସକଙ୍କୁ ହସାଇବାରେ ପଛ ଘୁଞ୍ଚା ମଧ୍ୟ ଦେଇ ନାହାନ୍ତି। ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ବରୁଣ ଜୀବନର ୩ଟି ଷ୍ଟେଜର ଫଟୋ ଶେୟାର କରି କହିଛନ୍ତି, କିପରି ଆଇସୋଲେଶନରେ ରହି ସେ ବୁଢ଼ା ହୋଇଯାଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ‘ଆଇସୋଲେଶନରେ ଜୀବନ। ରାଇଟ ସ୍ବାଇପ କରନ୍ତୁ ଏବଂ ମୋର ବୟସ ବଢ଼ୁଥିବା ଦେଖନ୍ତୁ।’ ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।