ରାୟଗଡ଼ାରେ ଗୋଟିଏ ଗ୍ରାମରୁ ଚିହ୍ନଟ ହେଲେ ୭୪ ପଜିଟିଭ

ରାୟଗଡା ଅଫିସ, ୩।୭: ରାଜ୍ୟରେ ଶୁକ୍ରବାର ଗୋଟିଏ ଦିନରେ ୫୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ରାୟଗଡ଼ା ଜିଲାରୁ ୭୬ଜଣ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୭୪ଜଣ କେବେଳ ଗୋଟିଏ ଗ୍ରାମର ବୋଲି ଜଣାପଡ଼ିଛି। ସେମାନେ ଗୁଣୁପୁର ବ୍ଲକ ଶିରିଝୋଲି ପଞ୍ଚାୟତର ବିଜୟପୁର ଗ୍ରାମର। ସେହିପରି ରାୟଗଡ଼ା ଅର୍‌ବାନ ଏରିଆର ଜଣେ ଯୁବକ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। କିଛି ଦିନ ତଳେ ସେ ଦିଲ୍ଲୀରୁ ଫେରି ହୋମ୍‌ କ୍ୱାରାଣ୍ଟାଇନରେ ରହୁଥିଲେ। ଅନ୍ୟ ବ୍ୟକ୍ତିଜଣଙ୍କ ଗୁଣୁପୁର ଅରବାନ ଏରିଆର ୩୫ ବର୍ଷର ପୁରୁଷ। ସେ କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ତେବେ ଆଜି ଚିହ୍ନଟ ୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ଜଣଙ୍କୁ ଜେକେପୁର କୋଭିଡ୍‌ ହସ୍ପିଟାଲ ଏବଂ ଅନ୍ୟ ୫୬ଜଣଙ୍କୁ ଗୁଣୁପୁର କୋଭିଡ୍‌ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି।

Share