ରିୟଲ ଲାଇଫ୍‌ରେ ମୋଦିଙ୍କୁ ରାମ ବୋଲି ଭାବନ୍ତି ଅଭିନେତ୍ରୀ, ଜାଣନ୍ତୁ କାରଣ…

ରମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ତାଙ୍କ ଭୂମିକା ପାଇଁ ବେଶ୍‌ ପ୍ରଶଂସନୀୟ। ତାଙ୍କ ସହ ଅରୁନ ଗୋଭିଲ ରାମଙ୍କ ଭୂମିକାରେ ନଜର ଆସିଥିଲେ। କିନ୍ତୁ ରିୟଲ ଲାଇଫରେ ଦୀପିକା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାମ ବୋଲି ଭାବନ୍ତି। ନିକଟରେ ଏକ ସାକ୍ଷାତକାରରେ ଦୀପିକା କହିଛନ୍ତି, କରୋନାର ବିପଦ ସମୟରେ ଯଦି କୌଣସି ମଣିଷ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ତେବେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ। ସେ ସବୁ ପ୍ରକାର ସାହାର୍ଯ୍ୟ ସହଯୋଗ କରିଛନ୍ତି। ଯେଉଁ ଭାବରେ ଦେଶର ସେବା କରୁଛନ୍ତି ତାହା ପ୍ରଶଂସନୀୟ। ମୁଁ ଏବେ ବି କହୁଛି ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଆଜିର ରାମ।’

Share