ସାଉଦି ଆରବରେ ୧୦ ଦିନରେ ୧୨ଜଣଙ୍କ ମୁଣ୍ଡକାଟ

ରିୟାଦ,୨୨।୧୧: ସାଉଦି ଆରବରେ ଗୁରୁତର ଅପରାଧ କରିଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ। ଗତ ୧୦ ଦିନ ମଧ୍ୟରେ ଦେଶରେ ୧୩ ଜଣଙ୍କ ମୁଣ୍ଡକାଟ କରାଯାଇଛି। ସେମାନେ ବିଦେଶୀ ନାଗରିକ ଥିବା ବେଳେ ବେଆଇନ୍‌ ଡ୍ରଗ୍ସ ବ୍ୟବସାୟରେ ଜଡ଼ିତ ଥିଲେ। ବିଦେଶୀ ନାଗରିକଙ୍କ ମଧ୍ୟରେ ୩ଜଣ ପାକିସ୍ତାନର ଥିବା ବେଳେ ୪ଜଣ ସିରିଆ, ୨ ଜୋର୍ଡାନର ଅଛନ୍ତି। ଏହାକୁ ମିଶାଇ ୨୦୨୨ରେ ମୁଣ୍ଡକାଟ ହୋଇଥିବା ଲୋକଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଛି।

୨୦୧୮ରେ ସାଉଦି ପ୍ରଶାସନ ମୃତ୍ୟୁଦଣ୍ଡକୁ ସର୍ବନିମ୍ନକୁ ହ୍ରାସ କରିବାକୁ ଚେଷ୍ଟା କରିଥିଲା। ହତ୍ୟା କିମ୍ବା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ କେବଳ ମୃତ୍ୟୁଦଣ୍ଡ ଦିଆଯାଇପାରିବ ବୋଲି କୁହାଯାଇଥିଲା। ଏଭଳି ପ୍ରତିଜ୍ଞା କରିବାର ପ୍ରାୟ ୪ ବର୍ଷ ପରେ ଏବେ ପୁଣି ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଉଛି। ମାର୍ଚ୍ଚ ୨୦୨୨ରେ ୮୦ରୁ ଅଧିକ ପୁରୁଷଙ୍କୁ ସାମୁହିକ ଭାବେ ଫାଶି ଦିଆଯିବା ପରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

Share