ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମଦମାଂସ ଆସର

ବୌଦ୍ଧ,୨୦ା୮(ଅଜିତ କୁମାର ବାରିକ)ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମହାଲିକପଡ଼ା ପଞ୍ଚାୟତର ଯାବର ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଭିତରେ ପ୍ରଧାନ ଶିକ୍ଷକ ତାଙ୍କ ବନ୍ଧୁଙ୍କ ସହ ମଦମାଂସ ଆସର ଜମାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଘଟଣା ଶୁକ୍ରବାରର ବୋଲି ଜଣାପଡିଛି। ଏହା ଲୋକଲୋଚନକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ମୁତାବକ ଯାବର ପ୍ରାଥମିକ ବିଦ୍ୟାଳରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୨୬ଜଣ ପିଲା ପାଠ ପଢୁଛନ୍ତି। ଶିକ୍ଷାଦାନ ପାଇଁ ୨ଜଣ ନିୟମିତ ଗଣଶିକ୍ଷକ ନିଯୁକ୍ତ ଅଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ ଦାସ ପାଠପଢା ସମୟରେ ଏକ ଶ୍ରେଣୀଗୃହରେ ବସି ଜଣେ ବନ୍ଧୁଙ୍କ ସହିତ ମଦ, ମାଂସ ଖାଉଥିଲେ। ଏହି ସମୟରେ ସ୍ଥାନୀୟ ଓ୍ବାର୍ଡସଭ୍ୟାଙ୍କ ସ୍ବାମୀ ବବଲୁ ମାଝି ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ। ବିଦ୍ୟାଳୟରେ ପିଲାମାନେ ମଧ୍ୟାହ୍ନଭୋଜନ ଖାଇବା ସମୟରେ କିପରି ଜଣେ କର୍ତ୍ତବ୍ୟରତ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଭିତରେ ମଦ,ମାଂସର ଆସର ଜମାଇଥିଲେ ତାକୁ ନେଇ ଶିକ୍ଷାପ୍ରେମୀ ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ନେଇ ଜିଲା ଶିକ୍ଷା ବିଭାଗ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଛି। ଏ ନେଇ ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ଅଜୟ କୁମାର ଲୁହାଙ୍କୁ ପଚାରିବାରୁ ସେ ଭିଡିଓ ପାଇଛି। ଏ ନେଇ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ

ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ) ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ...

ଏସ୍‌ସିବିରେ ସ୍ଥାନାନ୍ତର ହେବ ନନ୍‌ଟ୍ରମା କାଜୁଆଲ୍‌ଟି

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲର ନନ୍‌ଟ୍ରମା କାଜୁଆଲ୍‌ଟି ସ୍ଥାନାନ୍ତର ହେବ। ଏବେ କାଜୁଆଲ୍‌ଟି ଯେଉଁ ସ୍ଥାନରେ କାର୍ଯ୍ୟ କରୁଛି, ସେଠାରୁ ଉଠିଯାଇ ଭେଷଜ ୱାର୍ଡର ୟୁନିଟ୍‌-୬ରେ...

ବଡ଼ଦିନ, ନୂଆବର୍ଷରେ ସ୍ବାଦିଷ୍ଟ ଖାଦ୍ୟର ମଜାନେବେ ସହରବାସୀ

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଦିନ କେଇଟା ପରେ ବଡ଼ଦିନ ଓ ନୂଆବର୍ଷ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସହରବାସୀ...

ଜାଲ୍‌ କାଗଜପତ୍ରରେ ଜମି ପଞ୍ଜୀକରଣ, ଭଉଣୀଭାଇଙ୍କ ସମେତ ୪ ଗିରଫ

ବ୍ରହ୍ମପୁର,୨୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପନିବନ୍ଧକ (ସବ୍‌-ରେଜିଷ୍ଟ୍ରର)ଙ୍କ କାର୍ଯ୍ୟାଳୟ-୨ରେ ନକଲି କାଗଜପତ୍ର ଦାଖଲ କରି ଏକ ଜମିକୁ ପଞ୍ଜୀକରଣ ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ଟାଉନ...

ମୁକୁଳିଲେ ଭିଏଟ୍‌ନାମର ୬ ନାବିକ

ପାରାଦୀପ,୨୩।୧୨(ଶରତ ରାଉତ): ପାରାଦୀପରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌ଭି ଦେବୀ ଜାହାଜର୨୧ ଜଣ ଭିଏଟ୍‌ନାମ ନାବିକଙ୍କ ମଧ୍ୟରୁ ରବିବାର ସାରେ ମାତ୍ର ୬...

ଜିନ୍ନତ ହେବ ଟ୍ରାଙ୍କୁଲାଇଜ୍‌

ବାରିପଦା,୨୩ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାବଳ ବାଘୁଣୀ ଜିନ୍ନତକୁ ଫେରାଇ ଆଣିବାକୁ ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଟ୍ରାଙ୍କୁଲାଇଜ୍‌...

ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଲେ ସାଗର

ଭବାନୀପାଟଣା,୨୩ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଭଳି ପବିତ୍ର ଗୃହରେ ବାବା ସାହେବ ଆମ୍ବେଡକରଙ୍କ ନାମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅପମାନଜନକ ଶବ୍ଦ ବ୍ୟବହାର...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri