କଲମ୍ବୋ,୧୩ା୬: ଆସନ୍ତା ମାସରୁ ଇନ୍ଧନ ରାଶନ ଯୋଜନା ଆରମ୍ଭ କରିବାକୁ ଶ୍ରୀଲଙ୍କା ସରକାର ଯୋଜନା କରିଛନ୍ତି। ଏହା ଅଧୀନରେ ପେଟ୍ରୋଲ ପମ୍ପରେ ପଞ୍ଜୀକୃତ ଗ୍ରାହକଙ୍କୁ ସାପ୍ତାହିକ କୋଟା ନିଶ୍ଚିତ କରାଯିବ। ଶ୍ରୀଲଙ୍କାର ଜଣେ ବରିଷ୍ଠ ମନ୍ତ୍ରୀ ଏହା କହିଛନ୍ତି। ତାପଜ ବିଦ୍ୟୁତ୍ ଉତ୍ପାଦନ ପାଇଁ ଡିଜେଲ ଯୋଗାଣ ଉପରେ ଚାପ ହେତୁ ଶ୍ରୀଲଙ୍କାରେ ଫେବୃୟାରୀ ମଧ୍ୟଭାଗରୁ ଇନ୍ଧନ ସମସ୍ୟା ଦେଖାଦେଇଛି। ପେଟ୍ରୋଲ ପମ୍ପରେ ବି ଲମ୍ବା ଧାଡ଼ି ଲାଗୁଛି।
ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଏବଂ ଡିଜେଲ ନ ଥିବାରୁ ଇନ୍ଧନ କିଣିବା ପାଇଁ ଶ୍ରୀଲଙ୍କାର ଲୋକଙ୍କୁ ପେଟ୍ରୋଲ ପମ୍ପ ବାହାରେ ଧାଡ଼ି ବାନ୍ଧିବାକୁ ପଡ଼ିବ। ଇନ୍ଧନ ଅଭାବରୁ ଏପ୍ରିଲ ଆରମ୍ଭରୁ ଦେଶ ୧୦ ଘଣ୍ଟିଆ ବିଦ୍ୟୁତ୍ କାଟର ସମ୍ମୁଖୀନ ହୋଇଛି। ଏଭଳି ପରିସ୍ଥିତିରେ ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଇନ୍ଧନର ‘ରାଶନ’ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ।