ଶ୍ରୀମନ୍ଦିରରେ ଓଢଣୀ ଷଷ୍ଠୀ ନୀତି

ପୁରୀ ଅଫିସ, ୯।୧୨: ମାର୍ଗଶୀର ଶୁକ୍ଳ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଓଢଣୀ ଷଷ୍ଠୀ ପର୍ବ। ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ ଘୋଡ଼ ଲାଗି କରାଯାଇଛି। ପତନି, ଗୀତଗୋବିନ୍ଦ ପାଟ ଓ ସୁତାପାଟରେ ପ୍ରସ୍ତୁତ ଶୀତବସ୍ତ୍ର ବା ଘୋଡ଼ ପରିଧାନ କରିଛନ୍ତି ମହାପ୍ରଭୁ ।
ଆସନ୍ତା ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ ଘୋଡ଼ଲାଗି । ପ୍ରତିଦିନ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ପରିଧାନ କରିବେ ମହାପ୍ରଭୁ । ଗତକାଲି ତିନି ଠାକୁରଙ୍କ ସହ ମା’ ବିମଳା, ଲକ୍ଷ୍ମୀ, ସରସ୍ବତୀ ଓ ମଦନମୋହନଙ୍କ ପାଇଁ ପ୍ରସ୍ତୁତ ଘୋଡ଼ ଅଧିବାସ ହୋଇଥିଲା । ଆଜି ଠାକୁରଙ୍କୁ ଘୋଡ଼ କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି।

Share