ହାଇଦ୍ରାବାଦ, ୨୭।୮(ଆଇଏଏନ୍ଏସ୍): ତେଲଙ୍ଗାନାରେ କରୋନାରୁ ସୁସ୍ଥ ହୋଇଥିବା ୨ ଜଣ ପୁଣି ଥରେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏତାଲା ରାଜେନ୍ଦର ସ୍ପଷ୍ଟ କରିଛନ୍ତି। ଜଣେ ଥରେ କରୋନାରେ ଆକ୍ରାନ୍ତ ହେଲେ ପୁଣି ସଂକ୍ରମିତ ହେବ ନାହିଁ ତାହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ସେ କହିଛନ୍ତି। ଯେଉଁମାନଙ୍କଠାରେ କମ୍ ଆଣ୍ଟିବଡି ତିଆରି ହେଉଛି, ସେମାନଙ୍କୁ ପୁନଃ ସଂକ୍ରମଣ ହେବାର ଆଶଙ୍କା ରହିଛି।