୧୪ ବର୍ଷରେ ତୁଳସୀନଗରପଡ଼ା ଦୁର୍ଗାପୂଜା

ବଲାଙ୍ଗୀର ଅଫିସ, ୩ା୧୦: ବଲାଙ୍ଗୀର ତୁଳସୀନଗରପଡା ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି। ତୁଳସୀନଗର ଦୁର୍ଗାପୂଜା କମିଟି ପକ୍ଷରୁ ତିନିଦିନାତ୍ମକ ଦୁର୍ଗାପୂଜା ଆରମ୍ଭ ହୋଇଛି। ଶନିବାର କମିଟି ପକ୍ଷରୁ କଳସ ଶୋଭାଯାତ୍ରା କରାଯାଇଥିଲା। କମିଟି ପକ୍ଷରୁ ନାରାୟଣ ମିଶ୍ର ଓ ତାଙ୍କ ସ୍ତ୍ରୀ ସରିତା ମିଶ୍ର କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି। କଳିକତାରୁ ଆସିଥିବା ମୂର୍ତ୍ତି କାରୀଗର ରତନ ପାଲ ମୃଣ୍ମୟୀ ମୂର୍ତ୍ତି ତିଆରି କରିଛନ୍ତି। ଆକର୍ଷଣୀୟ ପରଭା ଓ ମେଢ଼ ତିଆରି କରିଛନ୍ତି ପୁଇଁତଲା ବ୍ଳକର ଅଶ୍ୱିନୀ ଖଣ୍ଡାୟତ ଓ ସହଯୋଗୀ। ପ୍ରତିଦିନ ସନ୍ଧ୍ୟା ଆଳତୀ ଆକର୍ଷଣୀୟ ହେଉଛି। ସୁଦପଡାର ଘଣ୍ଟବାଦ୍ୟ ପରିବେଷଣ କରୁଛନ୍ତି। ଚଳିତବର୍ଷ ଦୁର୍ଗାପୂଜା ପାଇଁ ୫ ଲକ୍ଷ ଟଙ୍କାର ବଜେଟ କରାଯାଇଛି। ଆକର୍ଷଣୀୟ ମେଢ଼ ଓ ସାଜସଜ୍ଜା ପାଇଁ ସୋନପୁରର ପ୍ରଦୀପ ଲାଇଟ୍‌ ପକ୍ଷରୁ ଆଲୋକ ସାଜସଜ୍ଜା କରାଯାଉଛି। ଦୁର୍ଗା ପୂଜା କମିଟି ସଭାପତି କିଶୋର ରଥ, ଉପସଭାପତି ଚକ୍ରପାଣି ରଣା ଓ ଆଡଭୋକେଟ୍‌ ନିଳାଦ୍ରୀ ବିହାରୀ ସିଂ, ସମ୍ପାଦକ ସୁନୀଲ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ଗୋବିନ୍ଦ ବହିଦାର ଓ ଆଲୋକ ପାଣିଗ୍ରାହୀ, କୋଷାଧ୍ୟକ୍ଷ ନାରାୟଣ ମିଶ୍ର ଓ ଅଜୁ ମହାପାତ୍ର ଦାୟିତ୍ୱ ତୁଲାଉଛନ୍ତି। ନୂତନ ପୂଜା ମଣ୍ଡପ ଅନ୍ୟତମ ଆକର୍ଷଣ ହୋଇଛି।

କର୍ମକର୍ତ୍ତା ଯାହା କହନ୍ତିି

ତୁଳସୀନଗର ଦୁର୍ଗାପୂଜା କମିଟି ଭାଇଚାର ଓ ପାରସ୍ପରିକ ଏକତାକୁ ପ୍ରାଧାନ୍ୟ ଦେଇଆସିଛି। ବିଶ୍ୱ କଲ୍ୟାଣ ପାଇଁ ଆମେ ସବୁବେଳେ ମା’ଙ୍କ ପ୍ରାର୍ଥନା କରିଆସୁଛୁ। କୋଭିଡ ପରେ ଦୁର୍ଗାପୂଜା ପାଳନ କରାଯାଉଥିବାରୁ ପୂଜା କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି।
କିଶୋର କୁମାର ରଥ, ସଭାପତି,
ଦୁର୍ଗାପୂଜା କମିଟି।
ଚଳିତବର୍ଷ ଦୁର୍ଗାପୂଜା ପାଇଁ ଆକର୍ଷଣୀୟ ପରଭା, ମେଢ଼ ଓ ମୃଣ୍ମୟୀ ମୂର୍ତ୍ତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନୂତନ ଭାବେ ଅତ୍ୟଶଧୁନିକ ଆଲୋକସଜ୍ଜା କରାଯାଇଛି। ମହାମାରୀ ଯୋଗୁଁ କମ୍‌ ଖର୍ଚ୍ଚରେ କିଭଳି ଆକର୍ଷଣୀୟ ପୂଜା ଓ ଉତ୍ସବାଦି ହୋଇପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।
ସୁନୀଲ କୁମାର ମହାନ୍ତି, ସମ୍ପାଦକ,
ଦୁର୍ଗାପୂଜା କମିଟି।

Share