Advertisement
Categories: ଗଞ୍ଜାମ

ଶେରଗଡ଼ ବ୍ଲକର ୧୭ଗାଁ ରେଡ୍‌ଜୋନରେ: ଜାଣନ୍ତୁ କେଉଁଟି

ଶେରଗଡ଼,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ୯୫ଟି ଛୋଟ ବଡ଼ ଗ୍ରାମ ରହିଛି। ଏଥି ମଧ୍ୟରୁ ରବିବାର ସୁଦ୍ଧା ବ୍ଲକର ମୋଟ ୧୭ଟି ଗାଁ ରେଡ୍‌ଜୋନ୍‌ରେ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେଗୁଡ଼ିକ ହେଲା ବ୍ରାହ୍ମଣଛାଇ, ସୋଲସଲା, ପୁନାଦ, ଧନନ୍ତର, ଗୋଠଗାଁ, ସୁବର୍ଣ୍ଣଦେଇପୁର, କେ.କରଡ଼ାକନା, କୁଲାଗଡ଼।
ସେହିଭଳି କୁମାରପାଣି, କୁରୁଲା, ପଦ୍ମପୁର, ନରେନ୍ଦ୍ରପୁର,ପିତ୍ତଳ, ଶେରଗଡ଼, ରାମଗିରି, ହରି କୃଷ୍ଣପୁର, ଚିକିଲି ଗ୍ରାମକୁ ରେଡ୍‌ଜୋନ ଭାବେ ଘୋଷଣା କରାଯାଇଛି। ଉକ୍ତ ଗ୍ରାମ ଗୁଡିକରେ ୫୦ରୁ ଅଧିକ ରୋଗୀ ଚିହ୍ନଟ ସହ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ସହ ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ କରାଯାଇଛି। ନିୟମିତ ଗ୍ରାମର ତଥ୍ୟଗୁଡିକ ତଦନ୍ତ ପରିସର ଭୁକ୍ତ କରାଯାଇଛି। ଗ୍ରାମଗୁଡିକରେ ସ୍ବାସ୍ଥ୍ୟ ଟିମ୍‌ ତଦାରଖ କରୁଛନ୍ତି ବୋଲି ବଡିଓ ସୁରଞ୍ଜନ କୁମାର ସାହୁ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel