Categories: ଜାତୀୟ

୨୦୨୪ ଲୋକସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ମିଳିବ ୪୦୦ରୁ ଅଧିକ ଆସନ…

ରାଞ୍ଚି,୯।୧୨ : ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ନେତା ଚିରାଗ ପାସୱାନ ଶନିବାର ଦାବି କରିଛନ୍ତି ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ୪୦୦ରୁ ଅଧିକ ଆସନରେ ଜିତିବ। ଝାଡ଼ଖଣ୍ଡକୁ ବ୍ୟକ୍ତିଗତ ଗସ୍ତରେ ଆସିଥିବା ପାସୱାନ ରାମଗଡ ଜିଲାର ରାଜପ୍ରପ୍ପାଠାରେ ଅବସ୍ଥିତ ଛିିନ୍ନମସ୍‌ସ୍ତିକା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ରାଞ୍ଚିର ର୍ବିସା ମୁଣ୍ଡା ବିମାନବନ୍ଦରରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ନିକଟରେ ଚାରିଟି ରାଜ୍ୟରେ ହୋଇଥିବା ବିଧାନସଭା ନିବାଚନର ଫଳାଫଳ ଦର୍ଶାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ କେନ୍ଦ୍ରରେ ପୁଣି ସରକାର ଗଠନ କରିବାକୁ ଯାଉଛି।

ସମ୍ପ୍ରତି ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନର ସେମିଫାଇନାଲ ଭାବରେ ବିବେଚନା କରାଯାଉଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପରାସ୍ତ କରି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଭାଜପା ନିଜର ଆଭିମୁଖ୍ୟକୁ ମଜବୁତ କରିଛି।

ପାସୱାନ କହିଛନ୍ତି, ବିହାର, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶର ସମସ୍ତ ଆସନରେ ଏନଡିଏ ଜିତିବ କାରଣ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଜାନୁଆରୀ ୨୧ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଝାଡଖଣ୍ଡ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି। କାରଣ ବିହାରର ଲୋକମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Share