Categories: ଖେଳ

୨୩ ତମ ମ୍ୟାଚରେ ଜିଟି-ଆରଆର ମୁହାଁମୁହିଁ…

ଅହମଦାବାଦ,୧୬।୪ : ଆଇପିଏଲ ସିରିଜ ୧୬ର ୨୩ତମ ମ୍ୟାଚ ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଉଭୟ ଦଳ ଗତ ବର୍ଷର ଫାଇନାଲିଷ୍ଟ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା କଡ଼ାକଡ଼ି ହେବାର ଆଶା ରହିଛି। ଗୁଜରାଟ ରାଜସ୍ଥାନକୁ ଫାଇନାଲରେ ପରାସ୍ତ କରି ଟ୍ରଫି ଜିତିଥିଲା। ଗତ ବର୍ଷ ଦୁଇ ଦଳ ତିନିଥର ଭେଟିଥିଲେ ଏବଂ ଗୁଜରାଟ ଏହି ତିନିଟିରେ ଜିତିଥିଲା। ଗତ ବର୍ଷର ଫାଇନାଲ ଅହମଦାବାଦରେ ଖେଳାଯାଇଥିଲା ଏବଂ ଗୁଜରାଟ ରାଜସ୍ଥାନକୁ ସାତ ୱିକେଟରେ ପରାସ୍ତ କରିଥିଲା।

ଜିଟି ପ୍ଲେଇଙ୍ଗ ୧୧ରେ ରିଦ୍ଧିମାନ ସାହା (ଓ୍ବିକେଟ କିପର), ଶୁବମାନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱାଟିଆ, ବିଜୟ ଶଙ୍କର, ରସିଦ ଖାନ, ଅଲଜାରୀ ଜୋସେଫ, ମହମ୍ମଦ ଶାମି, ଜୋଶୁଆ ଲିଟିଲ ପ୍ରମୁଖ ଅଛନ୍ତି।

ସେହିପରି ଆରଆର ପ୍ଲେଇଙ୍ଗ ୧୧ରେ ଯଶସ୍ବୀ ଜୈସୱାଲ, ଜୋସ ବଟଲର, ସଞ୍ଜୁ ସାମସନ (କ୍ୟାପଟେନ / ୱିକେଟ କିପର), ଦେବଦତ୍ତ ପାଦିକ୍କାଲ, ଶିମ୍ରନ ହେଟମିୟର, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ଜେସନ ହୋଲ୍ଡର, କୁଲଦୀପ ସେନ, ସନ୍ଦୀପ ଶର୍ମା, ୟୁଜଭେନ୍ଦ୍ର ଚହଲ। ରହିଛନ୍ତି।

Share