Categories: ଖେଳ

୩୨ ତମ ମ୍ୟାଚରେ ଆରସିବି-ଆରଆର ଲଢ଼େଇ…

ବେଙ୍ଗାଲୁରୁ,୨୩।୪ : ଆଇପିଏଲ-୨୦୨୩ର ୩୨ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରାଜସ୍ଥାନ ରୟାଲ୍ସ(ଆରଆର)କୁ ଭେଟିବ। ରବିବାର ଅପରାହ୍ନ ସାଢ଼େ ୩ଟାରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନ ଦଳ ପଞ୍ଚମ ବିଜୟ ଉପରେ ନଜର ରଖିବ। ଦଳ ୬ ଟି ମ୍ୟାଚ ମଧ୍ୟରୁ ଚାରିଟି ଜିତିଛି। ଦୁଇଟି ମ୍ୟାଚରେ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଅନ୍ୟପକ୍ଷରେ ଆରସିବି ୬ଟି ମ୍ୟାଚ ମଧ୍ୟରୁ ତିନୋଟି ଜିତି ତିନୋଟିରେ ହାରିଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ଲେଇଙ୍ଗ ୧୧ରେ ବିରାଟ କୋହଲି, ଫାଫ ଡୁପଲେସିସ(ଅଧିନାୟକ), ଗ୍ଲେନ ମ୍ୟାକ୍ସୱେଲ, ମହିପାଲ ଲୋମୋର, ଦୀନେଶ କାର୍ତ୍ତିକ(ଓ୍ବିକେଟ କିପର), ଶାହାବାଜ ଅହମ୍ମଦ, ଭାନିନ୍ଦୁ ହାସରାଙ୍ଗା, ସୁୟାଶ ପ୍ରଭାସାଇ, ହର୍ଷଲ ପଟେଲ, ୱେନ ପାର୍ନେଲ, ମହମ୍ମଦ ସିରାଜ ପ୍ରମୁଖ ଅଛନ୍ତି।

ସେହିପରି ରାଜସ୍ଥାନ ରୟାଲ୍ସର ପ୍ଲେଇଙ୍ଗ ୧୧ରେ ଜୋସ ବଟଲର, ଯଶସ୍ବୀ ଜୈସୱାଲ, ସଞ୍ଜୁ ସାମସନ(ଅଧିନାୟକ, ଓ୍ବିକେଟ କିପର), ଦେବଦତ୍ତ ପାଦିକଲ, ଶିମ୍ରନ ହେଟମିୟର, ରିୟାନ ପାରାଗ, ଧ୍ରୁଭ ଜୋରେଲ, ରବିଚନ୍ଦ୍ରନ ଅଶ୍ୱିନ, ଜେସନ ହୋଲ୍ଡର, ଟ୍ରେଣ୍ଟ ବୋଲ୍ଟ, ସନ୍ଦୀପ ଶର୍ମା, ୟୁଜଭେନ୍ଦ୍ର ଚହଲ୍‌ ରହିଛନ୍ତି।

Share