Categories: ଖେଳ

ଆଇପିଏଲ ୫୧ ତମ ମ୍ୟାଚରେ ଜିଟି-ଏଲଏସଜି ଲଢ଼େଇ, ପାଣ୍ଡ୍ୟା ବ୍ରଦର୍ସ ମୁହାଁମୁହିଁ…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟାରେ ମୁହାଁମୁହିଁ ହେବେ। ଦର୍ଶକଙ୍କ ଆଖି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କ ଉପରେ ରହିବ। କ୍ରୁନାଲ ହେଉଛନ୍ତି ହାର୍ଦ୍ଦିକଙ୍କ ବଡ ଭାଇ। ହାର୍ଦ୍ଦିକ ଗୁଜରାଟର ଅଧିନାୟକ। ଏଥିସହିତ ଆହତ କେ.ଏଲ ରାହୁଲ ଲିଗ ବାହାରେ ଥିବାରୁ କ୍ରୁନାଲ ଲକ୍ଷ୍ନୌଦଳର ଅଧିନାୟକତ୍ୱ ପରିଚାଳନା କରୁଛନ୍ତି।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ପ୍ଲେଇଙ୍ଗ ୧୧ରେ କ୍ୱିଣ୍ଟନ ଡିକକ, କାଇଲ ମାୟର୍ସ, ଦୀପକ ହୁଡା, ଆୟୁଷ ବାଡୋନି, ମାର୍କସ ଷ୍ଟୋଇନିସ, ନିକୋଲାସ ପୁରାନ (ଓ୍ବିକେଟ କିପର), କ୍ରୁନାଲ ପାଣ୍ଡ୍ୟା (କ୍ୟାପଟେନ), କୃଷ୍ଣପ୍ପା ଗୌତମ, ଆଭେଶ ଖାନ, ରବି ବିଶ୍ନୋଇ, ମୋହସିନ ଖାନ ପ୍ରମୁଖ ରହିଛନ୍ତି।

ସେହିପରି ଗୁଜରାଟ ଟାଇଟାନ୍ସ ପ୍ଲେଇଙ୍ଗ ୧୧ରେ ଶୁଭମାନ ଗିଲ, ରିଦ୍ଧିମାନ ସାହା(ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ବିଜୟ ଶଙ୍କର, ଡେଭିଡ ମିଲର, ଅଭିନାଭ ମନୋହର, ରାହୁଲ ତେୱାଟିଆ, ରସିଦ ଖାନ, ନୁର ଅହମ୍ମଦ, ମହମ୍ମଦ ଶାମି, ମୋହିତ ଶର୍ମା ପ୍ରମୁଖ ଅଛନ୍ତି।

Share