Categories: ଖେଳ

ଆଇପିଏଲର ୫୫ତମ ମ୍ୟାଚରେ ଧୋନି-ଓ୍ବାର୍ନର ଲଢ଼େଇ, ଡିସି ପାଇଁ କର ବା ମର ସ୍ଥିତି…

ବେଙ୍ଗାଲୁରୁ,୧୦।୫ : ଆଇପିଏଲ ୨୦୨୩ର ୫୫ତମ ମ୍ୟାଚ ବୁଧବାର ଖେଳାଯିବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଗୋଟିଏ ପଟେ କ୍ୟାପଟେନ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ଅନ୍ୟ ପଟେ କ୍ୟାପଟେନ ଢେଭିଡ ୱାର୍ନରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ଅଛି। ଚେନ୍ନାଇ ବିଷୟରେ କହିବାକୁ ଗଲେ ଦଳ ଏକ ଭଲ ଖେଳ ପ୍ରଦର୍ଶନ କରି ବିପଦରୁ ବାହାରିଛି। ଅନ୍ୟପକ୍ଷରେ, ଦିଲ୍ଲୀ ଦଳକୁ ନିଜର ପ୍ରତ୍ୟେକ ମ୍ୟାଚ ଜିତିବାକୁ ପଡିବ। ଯଦି ଦିଲ୍ଲୀ ଆଜି ଜିତିବ ନାହିଁ, ତେବେ ଆଇପିଏଲ୨୦୨୩ ରୁ ବାହାରେ ରହିବ।

ଚେନ୍ନାଇର ପିଚ ସର୍ବଦା ସ୍ପିନରଙ୍କୁ ସଫଳତା ପ୍ରଦାନ କରିଥାଏ। ଏଠାରେ ବ୍ୟାଟିଂ କରିବା କଷ୍ଟକର। ଧୋନି ମଧ୍ୟ ସେହି ଅନୁଯାୟୀ ତାଙ୍କ ଦଳ ସ୍ଥିର କରିଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ଋତୁରାଜ ଗାଇକୱାଡ, ଡିଭନ କନୱେ, ଅଜିଙ୍କ୍ୟ ରାହାନେ, ଶିବମ ଦୁବେ, ମୋଇନ ଅଲି, ରବିନ୍ଦ୍ର ଜାଡେଜା, ଏମ.ଏସ ଧୋନି (କ୍ୟାପେଟନ/ଓ୍ବିକେଟ କିପର), ଦୀପକ ଚହର, ମହେଶ ଥିଶାନା, ମାଥିଶା ପାଥିରାନା, ତୁଷାର ଦେଶପାଣ୍ଡେ ପ୍ରମୁଖ ଅଛନ୍ତି।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ଡେଭିଡ ୱାର୍ଣ୍ଣର (କ୍ୟାପେଟନ), ଫିଲ ସଲ୍ଟ(ଓ୍ବିକେଟ କିପର), ମିଚେଲ ମାର୍ଶ, ରେଲି ରୋସୋ, ମନୀଷ ପାଣ୍ଡେ, ଅକ୍ଷର ପଟେଲ, ଅମାନ ଖାନ, କୁଲଦୀପ ଯାଦବ, ମୁକେଶ କୁମାର, ଇଶାନ୍ତ ଶର୍ମା, ଖାଲିଲ ଅହମ୍ମଦ ରହିଛନ୍ତି।

Share