ବିଧାନସଭାରେ ବଡ଼ଭାଇ କେ.ଭି ସିଂଙ୍କୁଏହି ପ୍ରଶ୍ନ କଲେ ସାନଭାଇ କଳିକେଶ, ଉତ୍ତରରେ ବଡ଼ ଭାଇ କହିଲେ…

ଭୁବନେଶ୍ୱର,୨୮ା୮: ବିଧାନସଭାରେ ଆଜିର ପ୍ରଶ୍ନ ଉତ୍ତର ବେଶ୍‌ ଆଖିଦୃଶିଆ ତଥା ହାସ୍ୟରୋଳ ବି ଥିଲା। ବଡ଼ ଭାଇ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ସାନ ଭାଇ କଳିକେଶ ଠିଆ ହୋଇ କିଛି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ରଖିଥିଲେ କେ.ଭି।

କଳିକେଶ ପଚାରିଥିଲେ ଉପମୁଖ୍ୟମନ୍ତ୍ରୀ ଅନୁଗ୍ରହ କରି କହିବେ କି ବଲାଙ୍ଗୀର ଜିଲାରେ କୃଷି ସହ ଫସଲ ଉତ୍ପାଦନ ବୃଦ୍ଧିରେ କେଉଁ କେଉଁ ସମସ୍ୟା ଅନ୍ତରାୟ ସୃଷ୍ଟି କରୁଛି। ସରକାର ଆକଳନ କରିଛନ୍ତି କି? ଯଦି ହଁ ତେବେ ଏହାର ପ୍ରତିକାର କରି ଜିଲାରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ କ’ଣ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।

ଏହାର ଉତ୍ତରରେ କେ.ଭି କହିଥିଲେ, ବଲାଙ୍ଗୀର ଜିଲା ବୃଷ୍ଟିପାତ ଅଳ୍ପ ଏବଂ ପ୍ରତ୍ୟେକ ବିକଳ୍ପ ବର୍ଷରେ ମରୁଡ଼ି ଏବଂ ବନ୍ୟା ପରିସ୍ଥିତି ଅନୁଭବ କରେ। ଯଦି ପର୍ଯ୍ୟାପ୍ତ ପରିମାଣର ବର୍ଷା ହୁଏ ତେବେ ସମସ୍ତ ଉତ୍ସରୁ ଜଳସେଚନ ସମ୍ଭାବନା ମାତ୍ର ୬୦ ପ୍ରତିଶତ ଅଟେ। ଚାଷଜମି ୩,୪୫,୪୭୫ ହେକ୍ଟର ମଧ୍ୟରୁ ୧୪୫୮୫.୧୦ ହେକ୍ଟର ଚାଷଜମିରେ ଅଣୁଜଳସେଚନର ସୁବିଧା ରହିଛି। ବଲାଙ୍ଗୀର କୃଷକମାନେ ଧାନଚାଷ ଆବଶ୍ୟକତା ଅନୁଯାୟୀ କ୍ରପ୍‌ କଣ୍ଟିଜ୍‌ନେଣ୍ଟ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ଜିଲାସ୍ତରରେ ମଧ୍ୟ ବିପର୍ଯ୍ୟୟ ଯୋଜନା ପ୍ରସ୍ତୁତ କରି ଆବଶ୍ୟକ ସ୍ଥଳେ କାର୍ଯ୍ୟକାରୀ କରାଯାଇଥାଏ। ପନିପରିବା ଓ ମସଲା ଜାତୀୟ ଫଲସର ବିହନର ସହଜ ଉପଲବ୍ଧି ପାଇଁ ବିଗତ ୩ ବର୍ଷ ମଧ୍ୟରେ ୧୬ଟି ବିହନ ଭଣ୍ଡାରକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ଏହାବ୍ୟତୀତ ସରକାରୀ କାର୍ଯ୍ୟକ୍ରମରେ ଚାଷ କରାଯାଉଥିବା ଆଳୁ, ପିଆଜ, ଧନିଆ, ଲଙ୍କା, ମେଥି, ଅଦା ଓ ଶଙ୍କର ଜାତୀୟ ପନିପରିବାର ବିହନ ସରକାରୀ ସଂସ୍ଥାର ଅଣାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି ବୋଲି ଉତ୍ତର ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାରେ ଫାର୍ମା, ବାୟୋଟେକ୍ନୋଲୋଜି କ୍ଷେତ୍ରରେ ୪୩୪୯ କୋଟି ଟଙ୍କା ନିବେଶ ପ୍ରସ୍ତାବ

ଭୁବନେଶ୍ୱର, ୨୯।୧: ଉତ୍କର୍ଷ ଓଡିଶା: ମେକ୍ ଇନ୍ ଓଡିଶା କନକ୍ଳେଭ ୨୦୨୫ରେ ଦେଶର ୯ ଟି ଅଗ୍ରଣୀ କମ୍ପାନୀ ଓଡିଶାରେ ପ୍ରାୟ ୪୩୪୯ କୋଟି ଟଙ୍କା...

ବିନା ନୋଟିସରେ ଉଚ୍ଛେଦ ମନା! ବିଏମସି, ସିଏମସି କମିଶନରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୯।୧: ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ ସିଲଭର ସିଟି କଟକର ବିଭିନ୍ନ ସ୍ଥାନରେ ଜବରଦଖଲକାରୀଙ୍କୁ ହଟେଇବା ପାଇଁ ଉଚ୍ଛେଦ କରାଯାଉଛି। ଏହାରି ମଧ୍ୟରେ...

ରାଜ୍ୟରେ ହସ୍ପିଟାଲ୍‌ ଅଗ୍ନି ନିରାପତ୍ତା ନେଇ ଜବାବ ତଲବ: ତଥ୍ୟ ମାଗିଲେ ହାଇକୋର୍ଟ

କଟକ,୨୯।୧: ରାଜ୍ୟରେ ହସ୍ପିଟାଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତଥ୍ୟ ମାଗିଲେ ହାଇକୋର୍ଟ। ବୁଧବାର ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁଥିରେ ରାଜ୍ୟର...

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ୪ ସପ୍ତାହ ମଧ୍ୟରେ ମାମଲା ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାଟଣାଗଡ ୨୯।୧ (ସଚ୍ଚିଦାନନ୍ଦ ମହାକୁର): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବିଚାର ପ୍ରକ୍ରିୟା ବିଲମ୍ବନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।...

ଉତ୍କର୍ଷ ଓଡିଶା କନକ୍ଲେଭ୍ ଆଣିଲା ଅପାର ସଫଳତା: ୧୨.୮୯ ଲକ୍ଷ କୋଟି ପୁଞ୍ଜିନିବେଶ ପାଇଁ MOU

ଭୁବନେଶ୍ୱର, ୨୯।୧: ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆଣିଛି ଅପାର ସଫଳତା। ବୁଧବାର ସନ୍ଧ୍ୟାରେ ଜନତା ମଇଦାନରେ ସାମ୍ବାଦିକଙ୍କୁ...

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ କୁ ସଫଳତା: ପୋଷାକ, ରେଶମ ଶିଳ୍ପ ଓ ହସ୍ତତନ୍ତରେ ଆସିବ ସମୃଦ୍ଧି

ଭୁବନେଶ୍ୱର, ୨୯।୧: ବୟନଶିଳ୍ପ, ପୋଷାକ ଶିଳ୍ପ, ରେଶମ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ବିକାଶ ଓ ସମୃଦ୍ଧି ପାଇଁ ଅପାର ସମ୍ଭାବନା ଆଣିଛି ଉତ୍କର୍ଷ ଓଡ଼ିଶା-...

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୩୦ MOU

ଭୁବନେଶ୍ୱର, ୨୯।୧: ବୁଧବାର ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ତଥା ଶେଷ ଦିନ। ଏହି ଦୁଇଦିନବ୍ୟାପି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କୁ ଅଦ୍ଭୂତପୂର୍ବ ସଫଳତା ମିଳିଛି। ଦୁଇ ଦିନରେ...

ରାଜ୍ୟରୁ ଶୀତ ଗାଏବ: ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା, କୁହୁଡ଼ି ପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର, ୨୯।୧: ରାଜ୍ୟରୁ ଉଭାନ ହୋଇଛି ଶୀତ। ଦିନ ଭଳି ରାତି ତାପମାତ୍ରା ବୃଦ୍ଧି ପାଇଛି। ଜାନୁଆରୀ ମାସ ନ ସରୁଣୁ ଖରାଦିନ ଭଳି ଗରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri