ବାଇଡେନ ପ୍ରଶାସନରେ ପୁଣି ଜଣେ ଭାରତୀୟ ବଂଶୋଭବଙ୍କୁ ବଡ଼ ଦାୟିତ୍ୱ

ଓ୍ବାଶିଂଟନ,୧୪ା୫: ବୈଦେଶିକ ବିଭାଗରେ ମହିଳାଙ୍କ ସହ ଜଡ଼ିତ ବିଶ୍ୱସ୍ତରୀୟ ପ୍ରସଙ୍ଗ ପାଇଁ ଆମେରିକୀୟ ସିନେଟ୍‌ ଭାରତୀୟ ବଂଶୋବ ଗୀତା ରାଓ ଗୁପ୍ତାଙ୍କୁ ‘ଆମ୍ବାସଡର ଆଟ୍‌ ଲାର୍ଜ’ ଭାବରେ ନିଯୁକ୍ତି କରିଛି।

ମନ୍ତ୍ରଣାଳୟ ଟୁଇଟ୍‌ କରି କହିଛି ଯେ, ଆମେରିକାର ବୈଦେଶିକ ନୀତି ମାଧ୍ୟମରେ ମହିଳା ଓ ଝିଅମାନଙ୍କର ଅଧିକାରକୁ ପ୍ରୋତ୍ସାହିତ କରିବା ପାଇଁ ଗୀତାଙ୍କ ଉଦ୍ୟମ ଦ୍ୱାରା ଏହା ଗଭୀର ପ୍ରଭାବିତ ହୋଇଛି। ଏହି ସପ୍ତାହ ପୂର୍ବରୁ ଆମେରିକା ସିନେଟରେ ୫୧-୪୭ ଭୋଟ ଦେଇ ଗୀତାଙ୍କ ନାମ ନିଶ୍ଚିତ କରାଯାଇଥିଲା।

ଗୀତାଙ୍କ ଅନୁଯାୟୀ, ସାରା ବିଶ୍ୱରେ ଅନେକ ଅସମାନତା ଏବଂ କଳଙ୍କ ରହିଛି। ଯାହା ମହିଳାମାନେ ସାମ୍ନା କରନ୍ତି ଏବଂ ଏହା ସେମାନଙ୍କୁ ଅର୍ଥନୀତିରେ ସମ୍ପୂର୍ଣ୍ଣ ଅଂଶଗ୍ରହଣ କରିବାରେ ବାରଣ କରିଥାଏ।

ରାଷ୍ଟ୍ରପତି ଜୋ ବାଇଡେନ ଗୁପ୍ତାଙ୍କୁ ଏହି ଭୂମିକା ପାଇଁ ମନୋନୀତ କରିଥିଲେ। ଏନେଇ ଗୋଟିଏ ସପ୍ତାହ ପୂର୍ବରୁ ୫୧ରୁ ୪୭ ଖଣ୍ଡ ଭୋଟରେ ଜିତିଥିଲେ।

Share