ବ୍ରାଜିଲ ନିର୍ବାଚନରେ ବୋଲସୋନାରୋ, ଟ୍ରମ୍ପ୍‌

ବ୍ରାସିଲିଆ,୧୩।୧୧:ବ୍ରାଜିଲରେ ହେବାକୁ ଥିବା ପୌର ନିର୍ବାଚନ ମଇଦାନକୁ ବୋଲସୋନାରୋ ଓ ଟ୍ରମ୍ପ୍‌ ଉପନାମଧାରୀ ଅନେକ ପ୍ରାର୍ଥୀ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଆଡିଲ୍‌ସନ ବୋଲସୋନାରୋ, ଆଡିଲୋ ବୋଲସୋନାରୋ, ଆଞ୍ଜେଲା ବୋଲସୋନାରୋ, ଜେଜିନ୍‌ହୋ ବୋଲସୋନାରୋ, ଜୁନିୟର ବୋଲସୋନାରୋ ଆଦି ପ୍ରାର୍ଥୀ। ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋଙ୍କ ସହ ଏମାନଙ୍କ କାହାରି କିଛି ସମ୍ପର୍କ ନାହିଁ। ଏପରି କି ଏହି ପ୍ରାର୍ଥୀମାନଙ୍କ ସାଙ୍ଗିଆ ମଧ୍ୟ ବୋଲସୋନାରୋ ନୁହେଁ। ସେହିପରି ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଲୋକପ୍ରିୟତାକୁ ଦେଖି ଜଣେ ପ୍ରାର୍ଥୀ ନିଜ ନାମ ରୋନାଲ୍ଡ ଟ୍ରମ୍ପ୍‌ ବୋଲି ପ୍ରାର୍ଥତ୍ପତ୍ରରେ ଉଲ୍ଲେଖ କରିଥିବାବେଳେ ଆଉ ଜଣେ ପ୍ରାର୍ଥୀ ନିଜକୁ ଡୋନାଲ୍ଡ ଟ୍ରମ୍ପ୍‌ ବୋଲସୋନାରୋ ଦର୍ଶାଇଛନ୍ତି। ମୋଟ ୭୦ ଜଣ ପ୍ରାର୍ଥୀ ଏଭଳି ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେଲିବ୍ରିଟିଙ୍କ ନାମ ଅନୁସାରେ ରାଜନୈତିକ ନିକ୍‌ନେମ୍‌ ବ୍ୟବହାର କରିବା ପରମ୍ପରା ବ୍ରାଜିଲ ନିର୍ବାଚନରେ ନୂଆ ନୁହେଁ ଏବଂ ଏହାକୁ ବେଆଇନ ବୋଲି ଧରାଯାଇ ନ ଥାଏ।

Share