ପାରଳାଖେମୁଣ୍ଡି, ୨୬ା୧୨ (ଡି.ଏନ୍.ଏ): ପାରଳାଖେମୁଣ୍ଡି ଜିଲ ଦୋରାଜଜ୍ ପ୍ରଣବ କୁମାର ରାଉତରାୟ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ସାମୁଏଲ ପାଲକାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୨୦ ମସିହାରେ କାଶୀନଗର ଥାନା ଅନ୍ତର୍ଗତ ହାଡ଼ୁଭଙ୍ଗୀ ଗ୍ରାମରେ ସାଧାରଣ ବଚସାକୁ କେନ୍ଦ୍ରକରି ଧନୁର୍ଜୟ ଜେନାଙ୍କୁ ରାସ୍ତା ଉପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ସାମୁଏଲ। ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ପୋଲିସ ସାମୁଏଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସୋମବାର ସାକ୍ଷୀ ପ୍ରମାଣକୁ ଭିତ୍ତିକରି ଜିଲା ଦୌରା ଜଜ୍ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ କରିବା ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟ ଶୁଣାଇଛନ୍ତି।