ଗଞ୍ଜାମ,୧୦।୭(ଡି.ଏନ୍.ଏ.): ମହାମାରୀ କରୋନା ଦୀର୍ଘ ପାଞ୍ଚ ମାସରୁ ଊର୍ଦ୍ଧ୍ୱ ସମୟ ସାରା ରାଜ୍ୟ ଆତଙ୍କ ସୃଷ୍ଟି କରିଛି। ବିଶେଷ ଭାବେ ଗଞ୍ଜାମ ଜିଲାକୁ ଅତ୍ୟଧିକ ପ୍ରବାସୀ ଫେରିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି l ଜିଲାର ପ୍ରମୁଖ ସହର ଭାବେ ପରିଗଣିତ ହେଉଥିବା ଗଞ୍ଜାମ ସହର ମଧ୍ୟ ଏଥିରୁ ବାଦ୍ ଯାଇନି l ଗତ ୪ ତାରିଖରୁ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପହଞ୍ଚିଛି l ସେଥିମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିl ଏହାର ମୁକାବିଲା ନିମନ୍ତେ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ, ଏସ୍ଆଇ ଶ୍ରୀଚନ୍ଦନ ବେହେରା, ସେକେଣ୍ଡ ଅଫିସର ସୁକାନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟ କରୁଛନ୍ତି।