Categories: Uncategorized

ଗଞ୍ଜାମ ସହରରେ ବନ୍ଦ ପ୍ରଭାବ

ଗଞ୍ଜାମ,୨୬।୨(ଡି.ଏନ୍‌.ଏ.): ଜିଏସ୍‌ଟି ସରଳୀକରଣ ନିମନ୍ତେ ସର୍ବ ଭାରତୀୟ ବ୍ୟବସାୟୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ଯାଇଛିl ଏହାକୁ ଗଞ୍ଜାମ ସହର ବଡ଼ ବଜାର ଓ ସାନ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ସମର୍ଥନ ମିଳିଛି। ବଡ଼ ବଜାର ବଣିକ ସଂଘ ସଭାପତି ଗୌରୀ ଶଙ୍କର ବାରିକି ଓ ସାନ ବଜାର ସଂଘ ସଭାପତି ସୁଧୀର କୁମାର ପାଢ଼ୀ ସହରରେ ଥିବା ବିଭିନ୍ନ ବ୍ୟବସାୟୀଙ୍କ ସହ ଆଲୋଚନା କରି ଦୋକାନ ବଜାର ବନ୍ଦ ନିଷ୍ପତ୍ତି ନେଇଥିଲେ। ଏହାକୁ ସମସ୍ତ ଦୋକାନ ମାଲିକ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିଥିଲେ l ଫଳରେ ସହରବାସୀ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।