ନୂଆଦିଲ୍ଲୀ,୧୯।୫: କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବିତର୍କ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚ୍ୟାଲେଞ୍ଜ ସ୍ବୀକାର କରିଥିଲେ। ଯାହା ଖୁବ୍ ଚର୍ଚ୍ଚାରେ ଥିଲା। ତେବେ ଏଯାଏଁ ମୋଦି ଏହାକୁ ନେଇ ମୁହଁ ଖୋଲି ନ ଥିବାବେଳେ ରାହୁଲ ତାଙ୍କୁ କ’ଣ କ’ଣ ପ୍ରଶ୍ନ କରିବେ ଏନେଇ ଏକ ତାଲିକା ପ୍ରସ୍ତୁତ କରିଛନ୍ତି।
କଂଗ୍ରେସ ତା’ର ସୋସିଆଲ ମିଡିଆ ଆକାଉଣ୍ଟ X ରେ ରାହୁଲଙ୍କ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ସେ କହିଛନ୍ତି, କିଛି ସାମ୍ବାଦିକ ମୋତେ ଏବଂ ନରେନ୍ଦ୍ର ମୋଦିଜୀଙ୍କୁ ଚିଠି ଲେଖି ଗଣତନ୍ତ୍ରରେ ବିତର୍କ ହେବା ଉଚିତ ବୋଲି କହିଥିଲେ। ମୁଁ ଯେକୌଣସି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ, କିନ୍ତୁ ସେ ମୋ ସହ ବିତର୍କ କରିବେ ନାହିଁ। ଆଉ ଯଦି ସେ ମୋ ସହ ବିତର୍କ କରିବାକୁ ଆସନ୍ତି। ମୁଁ ତାଙ୍କୁ ପଚାରିବି,
कुछ पत्रकारों ने मुझे और नरेंद्र मोदी जी को चिट्ठी लिखी और कहा कि लोकतंत्र में एक डिबेट होनी चाहिए।
उन्होंने नरेंद्र मोदी से कहा कि आपको राहुल गांधी से डिबेट करनी चाहिए।
मैं नरेंद्र मोदी से डिबेट के लिए किसी भी वक्त तैयार हूं, लेकिन नरेंद्र मोदी मुझसे डिबेट नहीं करेंगे।… pic.twitter.com/A4NwGuqKgC
— Congress (@INCIndia) May 18, 2024
– ଆଦାନୀଙ୍କ ସହିତ ଆପଣଙ୍କର ସମ୍ପର୍କ କ’ଣ?
-ନିର୍ବାଚନୀ ବଣ୍ଡ ନାମରେ ଆପଣ କାହିଁକି ଚନ୍ଦା ଧନ୍ଦା ଚଳାଉଛନ୍ତି?
-ଆପଣ କୃଷକମାନଙ୍କ ବିରୋଧରେ କଳା ନିୟମ କାହିଁକି ଆଣିଲେ?
-ଯେତେବେଳେ ଲୋକମାନେ କରୋନାରେ ମରୁଥିଲେ, ଆପଣ କାହିଁକି ଥାଳି ବଜେଇବାକୁ କହିଲେ?
-ଆପଣ ଅଗ୍ନିବୀର ଯୋଜନା କାହିଁକି ଆଣିଲେ?