Categories: ଖେଳ

ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ଶୁଭ୍ରାଂଶୁ

ଭୁବନେଶ୍ୱର, ୧୪।୭ (ତପନ ସ୍ବାଇଁ):ଘରୋଇ କ୍ରିକେଟର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ଦେଓଧର ଟ୍ରଫି ଚଳିତ ମାସ ୨୪ ତାରିଖରୁ ପୁଡୁଚେରୀଠାରେ ଆରମ୍ଭ ହେବାକୁ ଯାଉଛି। ଏହା ଅଗଷ୍ଟ ୩ ପର୍ଯ୍ୟନ୍ତ ଚାଲିବ। ଏଥିରେ ପୂର୍ବାଞ୍ଚଳ ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ଆଦି ୬ଟି ଦଳ ଅଂଶଗ୍ରହଣ କରିବ। ପ୍ରତିଯୋଗିତା ପାଇଁ ଗୁରୁବାର ଘୋଷିତ ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ଶୁଭ୍ରାଂଶୁ ସେନାପତି ସ୍ଥାନ ପାଇଛନ୍ତି। ଷ୍ଟାଣ୍ଡବାଇ ତାଲିକାରେ ରହିଛନ୍ତି ଅନ୍ୟତମ ଓଡ଼ିଆ ଖେଳାଳି ତାରିଣୀ ସ’। ମନୋନୀତ ଉଭୟ ଖେଳାଳିଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବାଞ୍ଚଳ ୨୪ ତାରିଖରେ କେନ୍ଦ୍ରାଞ୍ଚଳ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୨୬ରେ ଉତ୍ତର ପୂର୍ବାଞ୍ଚଳ, ୨୮ରେ ଉତ୍ତରାଞ୍ଚଳ, ୩୦ରେ ଦକ୍ଷିଣାଞ୍ଚଳ ଓ ଅଗଷ୍ଟ ୧ରେ ଦକ୍ଷିଣାଞ୍ଚଳ ବିପକ୍ଷରେ ଖେଳିବ। ଦୁଇ ଶୀର୍ଷ ଦଳ ମଧ୍ୟରେ ଫାଇନାଲ ଅଗଷ୍ଟ ୩ରେ ଅନୁଷ୍ଠିତ ହେବ।
ପୂର୍ବାଞ୍ଚଳ ଦଳ: ସୌରଭ ତିଓ୍ବାରୀ (ଅଧିନାୟକ), ଉତ୍କର୍ଷ ସିଂ, ଅଭିମନ୍ୟୁ ଇଶ୍ୱରନ, ରିଷଭ ଦାସ, ଶୁଭ୍ରାଂଶୁ ସେନାପତି, ବିରାଟ ସିଂ, ସୁଦୀପ କୁମାର ଘରମି, କୁମାର କୁଶାଗ୍ର, ଅଭିଷେକ ପୋରେଲ, ରିୟାନ ପରାଗ, ଶାହାବାଜ ଅହମଦ, ଅଭିନବ ଚୌଧୁରୀ, ମଣି ଶଙ୍କର ମୁରା ସିଂ, ମୁକ୍ତାର ହୁସେନ, ଆକାଶ ଦୀପ।
ଷ୍ଟାଣ୍ଡବାଇ: ବିକ୍ରମ ଦାସ, ଶିବ ଶଙ୍କର ରୟ, ଅନୁକୂଳ ରୟ, ପ୍ରଦୀପ ପରମାଣିକ, ତାରିଣୀ ସ’, ଅଭିଜିତ ସକେତ।

Share