ଲକ୍ଷ୍ନୌ,୯।୧୧: ଡିସେମ୍ବର ୫ରେ ମେନପୁରୀ ଲୋକସଭା ଏବଂ ରାମପୁର ବିଧାନସଭା ଉପନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ବୁଧବାର କୋର କମିଟି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରା ଗସ୍ତରୁ ଫେରିବା ପରେ ବୁଧବାର ସନ୍ଧ୍ୟାରେ ଆଦିତ୍ୟନାଥଙ୍କ ସରକାରୀ ବାସଭବନ ୫ କାଲିଦାସ ମାର୍ଗରେ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ, ସଂଗଠନର ସାଧାରଣ ସମ୍ପାଦକ ଧରମପାଲ ସିଂ ଏବଂ ଉଭୟ ଉପମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି। ବୈଠକରେ ମେନପୁରୀ ଲୋକସଭା ଏବଂ ରାମପୁର ବିଧାନସଭା ଆସନରୁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଆଲୋଚନା ହେବ। ତେବେ ଦଳ ମେନପୁରୀ ଲୋକସଭା ଆସନରୁ ଅପର୍ଣ୍ଣା ଯାଦବଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ହେଲେ ଏହାକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ।