ସ୍ତ୍ରୀଙ୍କ ଜିଦ୍‌ ଆଗରେ ହାର୍‌ ମାନିଲେ ସ୍ବାମୀ: ପ୍ରେମିକ ସହ କଲେ…

କାନପୁର,୧।୧୧: ଉତ୍ତରପ୍ରଦେଶର କାନପୁରରେ ବଲିଉଡର ୧୯୯୯ ବ୍ଲକବଷ୍ଟର ‘ହମ ଦିଲ ଦେ ଚୁକେ ସନମ’ର ଏକ ପ୍ରକୃଷ୍ଟ ଉଦାହରଣ ସାମ୍ନାକୁ ଆସିଛି। କାନପୁରର ଜଣେ ବ୍ୟକ୍ତି ପାଞ୍ଚ ମାସ ପୂର୍ବରୁ ବିବାହ କରିଥିଲେ। ତା’ପରେ ପରିସ୍ଥିତି ଏପରି ହେଲା ଯେ ସେ ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହିତ ଭେଟ କରାଇଦେବାକୁ ସ୍ଥିର କଲେ। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଙ୍କଜ ଶର୍ମା। ସେ ହରିୟାଣାର ଗୁରୁଗ୍ରାମର ଏକ ଘରୋଇ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରନ୍ତି। ଚଳିତ ବର୍ଷ ମେ ମାସରେ ପଙ୍କଜ କୋମଲ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ।
ପଙ୍କଜଙ୍କ କହିବା ମୁତାବକ କୋମଲ ବିବାହ ପରଠାରୁ ତାଙ୍କଠାରୁ କିଛି ଦୂରରେ ରହିଆସୁଥିଲେ। ଏହି ସମୟରେ ସେ କାହା ସହିତ କଥା ହେଉଥିଲେ। ସେ ପଙ୍କଜଙ୍କୁ ବିବାହ କରିବାକୁ ମନା କରି ନ ଥିଲେ କିନ୍ତୁ ବିବାହ ପରେ ସ୍ବୀକାର କରିଥିଲେ ଯେ ସେ ତାଙ୍କ ପ୍ରେମିକ ପିଣ୍ଟୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏହା ପରେ ପଙ୍କଜ ତାଙ୍କ ଶାଶୁଙ୍କ ସହ କଥା ହୋଇଥିଲେ। ତା’ପରେ କୋମଲଙ୍କ ପରିବାର ସଦସ୍ୟ ଝିଅକୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ ତାଙ୍କ ନିଷ୍ପତ୍ତିରେ ଦୃଢ ଼ରହିଥିଲେ। ପରେ ଏହି ମାମଲା ଘରୋଇ ହିଂସା ବିରୋଧୀ ସେଲ ଏବଂ ଆଶା ଜ୍ୟୋତି କେନ୍ଦ୍ରରେ ପହଞ୍ଚିଥିଲା। ସେଠାରେ କୋମଲ, ପଙ୍କଜ, ପିଣ୍ଟୁ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଏକାଠି ବସି କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ହୋଇଥିଲେ। ଏଠି ମଧ୍ୟ ପିଣ୍ଟୁଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଲେ କୋମଲ। କୋମଲଙ୍କ ଜିଦ୍‌ ଦେଖି ଉଦ୍ଦେଶ୍ୟ ଦେଖି ପଙ୍କଜ ପିଣ୍ଟୁ ସହ ସ୍ତ୍ରୀଙ୍କୁ କରିଦେବାକୁ ରାଜି ହୋଇଥିଲେ। ପଙ୍କଜ ନିଜେ ଜଣେ ଓକିଲଙ୍କ ସହ କଥା ହୋଇଥିଲେ ଏବଂ ଉଭୟଙ୍କ ପାଇଁ କୋର୍ଟ ବିବାହ କରିଥିଲେ। କୋମଲ ଏବଂ ପିଣ୍ଟୁଙ୍କ ବିବାହରେ ଉଭୟ ପରିବାରର ସମ୍ପର୍କୀୟ ଅଂଶଗ୍ରହଣ କରିଥିଲେ।

Share