ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ,୨୭।୧୨: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ୫୧ ଲକ୍ଷ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବାର ଯୋଜନା ରହିଛି। ଏସମ୍ପର୍କରେ ଦିଲ୍ଲୀ କୋଭିଡ୍‌ ଟାକ୍ସ୍‌ ଫୋର୍ସ ସଦସ୍ୟ ମୌଲାନା ଆଜାଦ୍‌ ମେଡିକାଲ କଲେଜର କମ୍ୟୁନିଟି ମେଡ଼ିସିନ୍‌ର ନିର୍ଦ୍ଦେଶକ ପ୍ରଫେସର ଡ. ସୁନୀଲ ଗର୍ଗ ସୂଚନା ଦେଇଛନ୍ତି। ସୁବିଧାରେ ଟିକାକରଣ ପାଇଁ ୪୮ ସରକାରୀ ଏବଂ ଶହେ ଘରୋଇ ହସ୍ପିଟାଲରେ ଏକ ହଜାର ବୁଥ୍‌ର ବ୍ୟବସ୍ଥା କରାଯାଇଛି। ବୁଥ୍‌ଗୁଡ଼ିକୁ ୬୦୩ କୋଲ୍ଡଚେନ୍‌ ପଏଣ୍ଟ୍‌ ସହିତ ସଂଯୁକ୍ତ କରାଯାଇଛି। ଏହା ସହିତ ବିଭିନ୍ନ ମହଲ୍ଲାରେ ମଧ୍ୟ ଟିକାକରଣ ପାଇଁ ବୁଥ୍‌ ସ୍ଥାପନା କରାଯିବାର ଯୋଜନା ରହିଛି। ଏନେଇ ୩୫୦୦ ଲୋକଙ୍କୁ ତାଲିମ ଦିଆଯାଉଛି। ଏଥିରେ ବିଭିନ୍ନ ହସ୍ପଇଟାଲର ୬୦୦ ସ୍ବାସ୍ଥ୍ୟକର୍ମୀ ସାମିଲ ଅଛନ୍ତି।

Share