Categories: ଜାତୀୟ

ପ୍ରଥମ ପର୍ଯ୍ୟାୟରେ ୫୩.୫୪% ମତଦାନ

ପାଟନା,୨୯।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ୫୩.୫୪ ପ୍ରତିଶତ ଭୋଟ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟର ୨୪୩ ବିଧାନସଭା କ୍ଷେତ୍ର ମଧ୍ୟରୁ ୭୧ଟିରେ ବୁଧବାର ଭୋଟଗ୍ରହଣ ହୋଇଥିଲା। ଏହି ପର୍ଯ୍ୟାୟରେ ହଜାରେରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି।
ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏହାକୁ ଭ୍ରୂକ୍ଷେପ ନ କରି ବହୁସଂଖ୍ୟାରେ ଭୋଟର ମତଦାନ ପାଇଁ ଭୋଟକେନ୍ଦ୍ରଗୁଡ଼ିକରେ ଲାଇନ ଲଗାଇଥିବା ଦେଖାଯାଇଥିଲା। ୨୦୧୫ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ୫୪.୯୪ ଥିଲାବେଳେ ଗତ ଲୋକ ସଭା ନିର୍ବାଚନରେ ୫୩.୫୪ ପ୍ରତିଶତ ଭୋଟ ହୋଇଥିଲା। ଏହି ପର୍ଯ୍ୟାୟରେ ୧୬ଟି ଜିଲାରେ ମତଦାନ ହେଉଥିଲାବେଳେ ସେଥିରୁ ୧୨ ଜିଲା ମାଓବାଦୀ ପ୍ରବଣ। କେତେକ ବୁଥ୍‌ରେ ବିଳମ୍ବରେ ଭୋଟଗ୍ରହଣ ଆରମ୍ଭ ହୋଇଥିବାରୁ ସେଠାରେ ମତଦାନ ସମୟ ବଢ଼ାଯାଇଥିଲା।

Share