କରୋନା ମହାମାରୀର ପ୍ରଥମ ବର୍ଷରେ ୩୦ ଲକ୍ଷରୁ ଅଧିକ ଭାରତୀୟ ଶିଶୁ ସମୟ ପୂର୍ବରୁ ହୋଇଛନ୍ତି ଜନ୍ମ…

ନୂଆଦିଲ୍ଲୀ/ଜେନେଭା,୧୦।୫ : କରୋନାର ପ୍ରଥମ ବର୍ଷରେ ଭାରତରେ ୩୦ ଲକ୍ଷରୁ ଅଧିକ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ୨୦୨୦ ମସିହାରେ, ସମଗ୍ର ବିଶ୍ୱରେ ପ୍ରାୟ ୧୩.୪୦ କୋଟି ପିଲା ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ସେମାନଙ୍କୁ ଅପରିପକ୍ୱ ଶିଶୁ କୁହାଯାଏ ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ ଦ୍ୱାରା ପ୍ରକାଶିତ ମିଳିତ ରିପୋର୍ଟରେ କୁହାଯାଇଛି ବିଶ୍ୱରେ ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କର ମୃତ୍ୟୁ ଘଟୁଛି।

୨୦୨୦ ମସିହାରେ, ୪୫ ପ୍ରତିଶତ ଶିଶୁ ସମୟ ପୂର୍ବରୁ ପାକିସ୍ଥାନ, ନାଇଜେରିଆ, ଚାଇନା, ଇଥିଓପିଆ ଏବଂ ଭାରତରେ ଜନ୍ମ ହୋଇଥିଲେ। ୨୦୨୦ରେ, ବାଂଲାଦେଶରେ ବିଶ୍ୱରେ ସର୍ବାଧିକ ଜନ୍ମ ହାର ୧୬ ପ୍ରତିଶତରୁ ଅଧିକ ରହିଥିଲା। ଭାରତରେ ୩୦.୧୬ ଲକ୍ଷ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ପାକିସ୍ତାନରେ ୨୦୨୦ରେ ୯.୧୪ ଲକ୍ଷ ଶିଶୁ ଜନ୍ମ ହୋଇଥିଲେ।

ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ବରିଷ୍ଠ ଚିକିତ୍ସକ ଡକ୍ଟର ନୀରଜା କହିଛନ୍ତି ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁମାନଙ୍କ ଜୀବନ ପ୍ରତି ବିପଦ ବହୁତ ଅଧିକ। ଏହି ପିଲାମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ପଞ୍ଚମ ଜନ୍ମଦିନ ମଧ୍ୟ ଦେଖନ୍ତି ନାହିଁ। ଯେଉଁମାନେ ବଞ୍ଚନ୍ତି ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

Share