ବନ୍ୟାସ୍ରୋତରେ ମହାନଦୀପଠାରୁ ଅତଡ଼ା ଧସୁଛି

ରଘୁନାଥପୁର, ୩୦।୮(ରାଜେନ୍ଦ୍ର ନାରାୟଣ ସିଂହ): ମହାନଦୀ ସାଉଥ୍‌ ଜଳସମ୍ପଦ ବିଭାଗ ତଥା ମଣିଜଙ୍ଗା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ରଘୁନାଥପୁର ତହସିଲ ଅନ୍ତର୍ଗତ ତାରପୁର, ଗୋକୁଳପୁର ଓ ହରିଶପୁରଠାରେ ମହାନଦୀ ପଠା ବନ୍ୟାସ୍ରୋତରେ ନଦୀଗର୍ଭରେ ଲୀନ ହେବାକୁ ଲାଗିଛି। ଧୀରେ ଧୀରେ ପାଣି ବନ୍ଧମୁହାଁ ହେଉଛି। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଗତ ୧୫ ବର୍ଷରେ ୨୫ ମିଟରରୁ ଊର୍ଦ୍ଧ୍ୱ ପଠା କ୍ଷୟ ହୋଇ ନଦୀଶଯ୍ୟାରେ ମିଶିଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାକୁ ରୋକିବା ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ କେତୋଟି ସ୍ପର୍‌ ନିର୍ମାଣ କରାଯାଇଛି। ତେବେ ପୂର୍ବବତ ପଠାରୁ ଅତଡ଼ା ଧସିବାରେ ଲାଗିଛି। ଗୋକୁଳପୁର ସତୀବଣଠାରେ ବଡ଼ ଅତଡ଼ା ଧସିବାରେ ଲାଗିଛି। ଏପରିକି କେତେଜଣ ବ୍ୟକ୍ତିଙ୍କ ନିଜସ୍ବ ଜମି ମଧ୍ୟ ନଦୀରେ ମିଶିଯାଇଛି। ସେହିପରି ହରିଶ୍‌ପୁରଠାରେ ମଧ୍ୟ ଅନୁରୂପ ଅବସ୍ଥା ଦେଖାଯାଇଛି। ପଠାର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଗଛ ଲଗାଯାଇ ଜଙ୍ଗଲ ସୃଷ୍ଟି ହୋଇଥିଲେ ସୁଦ୍ଧା ବନ୍ୟାପାଣି ସ୍ରୋତରେ ୩୦ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇଯାଇଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ତାରପୁର ବେଲବଣଠାରୁ ଜଇପୁର ଦସୁଆଦଣ୍ଡା ପର୍ଯ୍ୟନ୍ତ ୬ କିମି ମହାନଦୀ ବନ୍ଧ ବାଲିରେ ନିର୍ମିତ। ତେଣୁ ଏହି ସ୍ଥାନ ଦୁର୍ବଳ ବୋଲି ୧୦ ବର୍ଷ ତଳେ ତାଳଦଣ୍ଡା କେନାଲ ପୁନଃଉଦ୍ଧାର କାର୍ଯ୍ୟ ସମୟରେ ତତ୍କାଳୀନ ବିଭାଗୀୟ ଅଧିକାରୀ କହିଥିଲେ। ଏଥିଯୋଗୁ ନଦୀରେ ବନ୍ୟାଜଳ ଅଧିକ ହେଲେ ନିକଟବର୍ତ୍ତୀ ଗ୍ରାମରେ ପାଣି ଝରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଯଦି ଏହିପରି ଭାବେ ପଠା କ୍ଷୟ ହୋଇ ପାଣି ବନ୍ଧମୁହଁା ହୁଏ ତାହାଲେ ବନ୍ଧକୁ ସୁରକ୍ଷା ଦେବା ଅସମ୍ଭବ ହୋଇପଡିବ। କୌଣସି ସ୍ଥାନରେ ଘାଇ ସୃଷ୍ଟି ହେଲେ ବନ୍ୟାପାଣି ଜଗତ୍‌ସିଂହପୁର ସଦର ମହକୁମା ସହ ଜିଲାର ଅର୍ଦ୍ଧାଧିକ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହି ୬ କିମି ବ୍ୟାପୀ ନଦୀବନ୍ଧର ସୁରକ୍ଷା ନିମନ୍ତେ ତିନୋଟି ଗ୍ରାମର ପଠା ଖାଉଥିବା ସ୍ଥାନକୁ ଦୀର୍ଘମିୟାଦୀ ସ୍ଥାୟୀ ପ୍ରତିକାର କରାଯିବା ନିମନ୍ତେ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳ, ସ୍ଥାନୀୟ ବିଧାୟକ, ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ,ବିଭାଗୀୟ ସଚିବ ଓ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସ୍ବଳ୍ପ ପଠାର ସୁରକ୍ଷା ପାଇଁ ଟେଣ୍ଡର ହୋଇଥିବା ଏବଂ ବର୍ଷା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଇପୁର ସେକ୍ସନ ଯନ୍ତ୍ରୀ ତପନ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି। ସେହିପରି ନିଜେ ଯାଇ ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ହେବେ ବୋଲି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ କୁମାର ତରେଇ ପ୍ରକାଶ କରିଛନ୍ତି। ବେଳ ଥାଉ ଥାଉ ସାବଧାନ ନ ହେଲେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ବୁଦ୍ଧିଜୀବୀଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହରରାଓଙ୍କ ଘରେ ଏହି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri