Posted inଜାତୀୟ

ଚତୁର୍ଥ ପର୍ଯ୍ୟାୟରେ ହିଂସା ସତ୍ତ୍ୱେ ୭୬% ମତଦାନ

କୋଲକାତା, ୧୦।୪: ପଶ୍ଚିମବଙ୍ଗର କୁଚ୍‌ବିହାର ଜିଲାରେ ନିର୍ବାଚନୀ ହିଂସାରେ ୫ ଜଣଙ୍କ ମୃତ୍ୟୁ ଘଟିବା ସତ୍ତ୍ୱେ ଚତୁର୍ଥ ପର୍ଯ୍ୟାୟ ମତଦାନ ହାର ଭଲ ରହିଛି। ଏହି ପର୍ଯ୍ୟାୟରେ ୪୪ ଆସନ ଲାଗି ଭୋଟ ଗ୍ରହଣ ହୋଇଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ୭୬.୧୬ ପ୍ରତିଶତ ମତଦାନ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ୫ ଜିଲାରୁ ୧ କୋଟିରୁ ଊର୍ଦ୍ଧ୍ୱ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ମୁଖ୍ୟମନ୍ତ୍ରୀ ମମତା ବାର୍ନଜୀଙ୍କ ସହଯୋଗୀ ପାର୍ଥ ଚାଟାର୍ଜୀ ପ୍ରମୁଖଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ଚଳଚ୍ଚିତ୍ର ତାରକା, ଏମ୍‌ପି ଏବଂ କ୍ରିକେଟରଙ୍କ ସମେତ ୩୭୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ନିର୍ବାଚନ କମିଶନ ୮୦ ହଜାରରୁ ଊର୍ଦ୍ଧ୍ୱ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ନିୟୋଜିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାର ରାସ୍ତାରୁ ଗାଏବ ହେଉଛି ‘ହଳଦିଆ ଟ୍ୟାକ୍ସି’, ଶୀଘ୍ର ପାଲଟିବ ଇତିହାସ…! 

କୋଲକାତା,୨୪।୧୨: ସ୍ବପ୍ନର ସହର କୋଲକାତା। ଭିକ୍ଟୋରିଆ ମେମୋରିଆଲ, ହାଓ୍ବଡା ବ୍ରିଜ, ରସଗୋଲା, ଟ୍ରାମ ଏବଂ ହଳଦିଆ ଟାକ୍ସି ଆଦି ଏହାର ପରିଚୟ ବୋଲି କୁହାଯାଏ। ଏସବୁ...

କୋର୍ଟରୁମ୍‌ରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୪ା୧୨:ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ।...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ପାକିସ୍ତାନର ସ୍ବପ୍ନ ଚୂରମାର କରିଦେଲା ଭାରତ

ନୂଆଦିଲ୍ଲୀ,୨୪।୧୨: ବ୍ରିକ୍ସରେ ସଦସ୍ୟତା ପାଇବାକୁ ଆଶା ରଖିଥିବା ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଦୃଢ ବିରୋଧ ଯୋଗୁ ପାକିସ୍ତାନ କେବଳ ବ୍ରିକ୍ସର ସଦସ୍ୟତାରୁ...

ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୪।୧୨: ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ...

୨୫ ବର୍ଷ ତଳୁ ସରିଥିଲା ଅନ୍ତିମ ସଂସ୍କାର: ଘରକୁ ଫେରିଲେ ମହିଳା, ଆଉ ତା’ପରେ ଘଟିଲା…

ବେଙ୍ଗାଲୁରୁ,୨୪/୧୨: ୨୫ ବର୍ଷ ତଳେ କର୍ଣ୍ଣାଟକରୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କୁ ହିମାଚଳରୁ ଉଦ୍ଧାର କରାଯାଇଛି। ପ୍ରାୟ ଦୁଇ ଦଶନ୍ଧି ତଳେ ସେ ତାଙ୍କ ପରିବାରଠାରୁ...

ଫଡନଭିସ ସରକାରରେ ନୂଆ ବିବାଦ: ଶିବସେନା ମନ୍ତ୍ରୀମାନେ କ୍ଷୁବ୍ଧ

ପୁନେ,୨୪/୧୨:ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସ ସରକାରଙ୍କ ନୂଆ ମନ୍ତ୍ରୀଙ୍କୁ ସରକାରୀ ଘର ଆବଣ୍ଟନ କରାଯାଇଛି । ସେପଟେ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ସରକାରୀ ଗୃହକୁ ନେଇ ଆରମ୍ଭ ହୋଇଛି...

ଦାଉଦ ଇବ୍ରାହିମଙ୍କ ଭାଇଙ୍କ ଫ୍ଲାଟକୁ କବ୍ଜା କଲା ଇଡି

ଥାନେ,୨୪/୧୨:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ଭାଇ ଇକବାଲ କାସ୍କର ଏବଂ ତାଙ୍କ ସହଯୋଗୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଥାନେରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri