Categories: ଜାତୀୟ

ଗଲୱାନ ଘାଟିରେ ଶହୀଦ କର୍ନେଲଙ୍କ ପତ୍ନୀ ହେଲେ ଉପଜିଲାପାଳ

ହାଇଦ୍ରାବାଦ,୨୨।୭: ଲଦାଖର ଗଲୱାନ ଘାଟିରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଶହୀଦ ହୋଇଥିବା ଯବାନଙ୍କ ପତ୍ନୀ ହେଲେ ଉପଜିଲାପାଳ। ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା କର୍ନେଲ ସନ୍ତୋଷ ବାବୁଙ୍କ ଦେଶପ୍ରେମକୁ ଭିନ୍ନ ଢଙ୍ଗରେ ସମ୍ମାନ ଜଣାଇଛନ୍ତି ତେଲେଙ୍ଗାନା ସରକାର। ଶହୀଦ କର୍ନେଲ ସନ୍ତୋଷ ବାବୁଙ୍କ ପତ୍ନୀ ସନ୍ତୋଷୀଙ୍କୁ ବୁଧବାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଉପଜିଲାପାଳ ଭାବେ ନିଯୁକ୍ତ କରିବା ସହ ଏକ ସରକାରୀ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏଥିସହ କେବଳ ହାଇଦ୍ରାବାଦ କିମ୍ବା ଆଖପାଖ ଅଞ୍ଚଳରେ ତାଙ୍କୁ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ ଏହାପୂର୍ବରୁ ତେଲେଙ୍ଗାନା ସରକାର କନେର୍ର୍ଲ ସନ୍ତୋଷ ବାବୁଙ୍କ ପରିବାରକୁ ୫କୋଟି ଟଙ୍କା ସମ୍ମାନ ରାଶି ଦେବାକୁ ଘୋଷଣା କରିଥିଲେ।

Share