Categories: ଜାତୀୟ

୧୫ ଦିନରେ ୟୁପି ସରକାରର ୨ ମନ୍ତ୍ରୀ କରୋନା ମୃତ

ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ତଥା ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ମନ୍ତ୍ରୀ ଚେତନ ଚୌହ୍ବାନ ରବିବାର କରୋନା ପ୍ରାଣ ହରାଇଛନ୍ତି। ଗତ ୧୧ ତାରିଖରେ ସେ କରୋନା ସଂକ୍ରମିତ ହେବା ଜଣାପଡ଼ିବା ପରେ ତାଙ୍କୁ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତ ଅଗଷ୍ଟ ୨ରେ ୟୁପି ସରକାରରେ ମନ୍ତ୍ରୀ ଥିବା କମଲ ରାନୀଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ଫଳରେ ଗତ ୧୫ ଦିନ ମଧ୍ୟରେ ୟୁପି ସରକାରର ୨ ମନ୍ତ୍ରୀ କରୋନାରେ ମୃତ୍ୟୁ ଘଟିଛି।

Share