ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୪୮ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ଗତ ଦୁଇଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୨ହଜାର ତଳେ ରହୁଛି। ଇତିମଧ୍ୟରେ ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୪୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧,୧୨୦ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୮୨୮ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୪୮୦ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୮୫, ବାଲେଶ୍ୱର ୯୮, ବରଗଡ଼ ୧୭, ଭଦ୍ରକ ୫୯, ବଲାଙ୍ଗୀର ୭, ବୌଦ୍ଧ ୪, କଟକ ୨୭୯, ଦେବଗଡ଼ ୫, ଢ଼େଙ୍କାନାଳ ୩୪, ଗଜପତି ୪, ଗଞ୍ଜାମ ୬, ଜଗତସିଂହପୁର ୧୧୩, ଯାଜପୁର ୧୧୫, ଝାରସୁଗୁଡ଼ା ୬, କଳାହାଣ୍ଡି ୪, କନ୍ଧମାଳ ୧୯, କେନ୍ଦ୍ରାପଡ଼ା ୧୧୨, କେନ୍ଦୁଝର ୨୧, କୋରାପୁଟ ୭, ମାଲକାନଗିରି ୨୪, ମୟୁରଭଞ୍ଜ ୬୬, ନବରଙ୍ଗପୁର ୯, ନୟାଗଡ଼ ୮୮, ନୂଆପଡ଼ା ୨, ପୁରୀ ୮୩, ରାୟଗଡ଼ା ୧୮, ସମ୍ବଲପୁର ୨୫, ସୁବର୍ଣ୍ଣପୁର ୧୨, ସୁନ୍ଦରଗଡ଼ ୪୭ ଓ ଷ୍ଟେଟ ପୁଲରୁ ୯୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୧,୯୩୪ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୩୬,୯୫୦ଜଣ ସୁସ୍ଥ ହୋଇଥିବା ବେଳେ ୧୯,୬୨୩ ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

Share